Wed. Mar 11th, 2026

ନିଜ ଓ ଛୁଆ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇଦେଲା ମାଆ

186 Views

ଦେବଗଡ  :   ନିଜ ଜନ୍ମ କଲା ପିଲା ଓ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଛନ୍ତି ଜଣେ ମାଆ। ଆଜି ଏପରି ଘଟଣା ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ଚଚୁପାଲି ଗାଁରେ ଘଟିଛି। ଉଭୟ ମାଆ ଓ ଛୁଆଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଗାଁ ଲୋକଙ୍କ କହିବା ଅନୁସାରେ, ପୋଡ଼ି ହୋଇଯାଇ ଥିବା ମହିଳା ସୁକାନ୍ତି ଓରାମ ଜଣେ ମାନସିକ ରୋଗୀ। ଆଜି ସନ୍ଧ୍ୟା ବେଳେ ସେ ନିଜ ୩ ବର୍ଷର ଶିଶୁକନ୍ୟା ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ପରେ ନିଜ ଦେହରେ ମଧ୍ୟ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିବା ଗାଁ ଲୋକେ କହିଛନ୍ତି। ତେବେ ନିଆଁ ଜଳୁଥିବା ଦେଖି ସୁକାନ୍ତିଙ୍କ ସ୍ୱାମୀ ଗନ୍ଧର୍ବ ଓରାମ ଦୌଡ଼ି ଆସି ନିଆଁ ଲିଭାଇ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତେବେ ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

By amfnews

Related Post