Sat. Mar 7th, 2026

‘ନିଜାମୁଦ୍ଦିନର ଧର୍ମ ସଭାରେ ସାମିଲ ୨ ଓଡ଼ିଆ ଫେରିନାହାନ୍ତି’

220 Views

କୋରାପୁଟ : ନୂଆଦିଲ୍ଲୀ ନିଜାମୁଦ୍ଦିନର ଧର୍ମ ସଭାରେ କୋରାପୁଟ ଜିଲ୍ଲାରୁ ଦୁଇ ଜଣ ଯୋଗଦେଇଥିଲେ। ଜଣେ କୋଟପାଡରୁ ଓ ଅନ୍ୟ ଜଣେ ଜୟପୁରରୁ। କିନ୍ତୁ ସେମାନେ ଓଡ଼ିଶା ଫେରି ନାହାନ୍ତି। କୋଟପାଡରୁ ଯାଇଥିବା ବ୍ୟକ୍ତି  ଜଣକ ଏବେ ଦିଲ୍ଲୀରେ କ୍ୱାରେଣ୍ଟାଇନରେ ରହିଥିବା ବେଳେ ଜୟପୁରରୁ ଯାଇଥିବା ବ୍ୟକ୍ତି ଜଣକ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ରହିଛନ୍ତି। ଏବେ ସେମାନଙ୍କୁ ଓଡ଼ିଶା ନଫେରିବାକୁ ପରିବାର ଲୋକଙ୍କୁ କୁହାଯାଇଛି। ଏନେଇ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର।

ନିଜାମୁଦ୍ଦିନ ଧାର୍ମିକ ସଭାରେ ସମଗ୍ର ବିଶ୍ୱରୁ ୨୦୦୦ରୁ ଅଧିକ ଲୋକ ସାମିଲ ହୋଇଥିଲେ। ସେଥିରେ ଓଡ଼ିଶାରୁ ମଧ୍ୟ କେତେକ ଲୋକ ସାମିଲ ହୋଇଥିଲେ। ତେବେ ମରକାଜରେ ଥିବା ଲୋକମାନେ ‘କରୋନା’ରେ ଆକ୍ରାନ୍ତ ହୋଇଥିବା ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ତତ୍ପର ହୋଇଛି। ଗତକାଲି ନିଜାମୁଦ୍ଦିନ ଫେରନ୍ତା ୩ ଓଡ଼ିଆ ଓ ସେମାନଙ୍କ ପରିବାର ଲୋକଙ୍କୁ ଆଇସୋଲେସନ୍‌ଙ୍କୁ ରଖାଯାଇଥିଲା। ଅନ୍ୟମାନଙ୍କୁ ରାଜ୍ୟ ସରକାର ଖୋଜୁଛନ୍ତି। ଏବେ ସୁଦ୍ଧା ସେମାନଙ୍କ ପତ୍ତା ମିଳୁନି।

By amfnews

Related Post