Tue. Jun 10th, 2025

ନିଜର ହନିମୁନ୍‌ ସଂପର୍କରେ ଏହି ରହସ୍ୟ ଖୋଲିଲେ କପିଲ୍‌

By amfnews Feb 15, 2019 #Featured
315 Views

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ୨୦୧୮ ମସିହା ଡିସେମ୍ବର ମାସରେ ନିଜର ଦୀର୍ଘ ବର୍ଷର ପ୍ରେମିକା ଗିନି ଚତର୍ଥଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କପିଲ୍‌ଙ୍କ ବିବାହ ପରେ ସେ ତାଙ୍କ ପତ୍ନୀଙ୍କ ସହ କେଉଁଠାକୁ ହନିମୁନ୍‌ ମନେଇବାକୁ ଯାଉଛନ୍ତି ବୋଲି ଜାଣିବା ପାଇଁ ପ୍ରଶଂସକଙ୍କ ଭିତରେ ବେଶ୍‌ ଉତ୍ସୁକତା ଦେଖିବାକୁ ମିଳିଥିଲା। ମାତ୍ର ଜାଣିବାକୁ ମିଳିଛି ଯେ ୩୭ ବର୍ଷିଅ କପିଲ୍‌ ନିଜର କାମ ପ୍ରତି ଥିବା ଦାୟିତ୍ୱବୋଧତା ହେତୁ କେଉଁଆଡ଼େ ହନିମୁନ୍‌ ଯାଇପାରି ନାହାନ୍ତି।

ଏ ନେଇ କପିଲ୍‌ ନିଜ ପତ୍ନୀଙ୍କ ପ୍ରଶଂସା କରି କହିଛନ୍ତି ଯେ, ‘ମୁଁ ଗିନିଙ୍କଠାରୁ ଆଉ ଭଲ ଜୀବନସାଥୀ ପାଇପାରି ନଥାନ୍ତି। ବିବାହ ପରେ ମୁଁ ହନିମୁନ ଯାଇପାରି ନାହିଁ। ମାତ୍ର ଚିନ୍ତା କରନ୍ତୁ ମୁଁ ସିନେମା ସିଟିକୁ ଯାଇଛି! ମାତ୍ର ଏ ନେଇ ଗିନି ଥରେ ହେଲେ ବି ଅଭିଯୋଗ କରିନାହାନ୍ତି। ସେ ମୋ ଭିତରେ ଖୁସି ଖୋଜିବାର ଚେଷ୍ଟା କରିଛନ୍ତି। ସେ ଜାଣନ୍ତି କି ମୁଁ କାମ କରିବାରେ ହିଁ ଖୁସି ପାଏ।’

By amfnews

Related Post