66 Views
ଭୁବନେଶ୍ବର : ଅବଶେଷରେ ଆଜି ନିଜର ବିବାଦୀୟ ବୟାନ ଲାଗି ଦୁଃଖ ପ୍ରକାଶ କଲେ ବିଜେପି ବିଧାୟକଦଳ ଉପନେତା ବିଷ୍ଣୁ ଚରଣ ସେଠୀ । ଗତକାଲି ବିଧାନସଭାରେ ମୁସଲିମ ମହିଳାଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ନେଇ ଶେଷରେ ଦୁଃଖ ପ୍ରକାଶ କରିଛନ୍ତି ବିଷ୍ଣୁ । ସେ କହିଛନ୍ତି ଯେ କୌଣସି ଧର୍ମୀୟ ଭାବନାକୁ ଆଘାତ କରିବା ଉଦେଶ୍ୟ ନଥିଲା ।
ଗତକାଲି ବିଷ୍ଣୁ ଦେଇଥିବା ନିଜ ବିବୃତିକୁ ନେଇ ଦୁଃଖ ପ୍ରକାଶ କରିବାପରେ ଆଉ ବିବୃତିକୁ ବିଧାନସଭା ବିବରଣୀରୁ ବାଦ୍ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି ବିଷ୍ଣୁ ।