Sat. Mar 7th, 2026

ନିଜକୁ ଭଗବାନ ବୋଲି କହିଲେ ବିଜେପି ପ୍ରାର୍ଥୀ

294 Views

ମୁମ୍ବାଇ: ନିର୍ବାଚନ ପ୍ରଚାର ସମୟରେ ବିଜେପିର ଜଣେ ପ୍ରାର୍ଥୀ ନିଜକୁ ଭଗବାନ ବୋଲି କହିଛନ୍ତି। ମହାରାଷ୍ଟ୍ରର ସୋଲାପୁର ବିଜେପି ଲୋକସଭା ପ୍ରାର୍ଥୀ ଡାକ୍ତର ଜୟ ସିଦ୍ଧେଶ୍ୱର ସ୍ୱାମୀ ନିଜକୁ ଭଗବାନ ବୋଲି କହିଛନ୍ତି।

ସେ ଭୋଟରମାନଙ୍କୁ କହିଥିଲେ ‘ନିର୍ବାଚନ ସମୟ ହେଉଛି ଛୁଟିର ସମୟ। ଏଣୁ ଦେବ ଦର୍ଶନ ଲାଗି ଯାଅ ନାହିଁ। ଏହି ସମୟରେ ଭଗବାନ ନିଜ ସହ କଥା ହେବେ ନାହିଁ। ମୁଁ ହିଁ ତୁମର କଥାକୁହା ଭଗବାନ। ଯଦି ତୁମେ ଦର୍ଶନ କରିବାକୁ ଯାଅ,ତେବେ ପୁଣ୍ୟ ମିଳିବ ନାହିଁ, ଭଗବାନ ମଧ୍ୟ ମିଳିବେ ନାହିଁ। ତୁମକୁ ଫେରିବାକୁ ପଡିବ। ତୁମର ଅର୍ଥ ଖର୍ଚ୍ଚ ହେବ,କିନ୍ତୁ ସମସ୍ୟା ସମାଧାନର ରାସ୍ତା ମିଳିବ ନାହିଁ।’

ଏଠାରେ ସୂଚନାଯୋଗ୍ୟ ଯେ ଜୟ ସିଦ୍ଧେଶ୍ୱର ସ୍ୱାମୀ ଲିଙ୍ଗାୟତ ସମାଜର ଧର୍ମଗୁରୁ। ସେ ପ୍ରଥମ ଥରପାଇଁ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ବିଜେପି ତାଙ୍କୁ କଂଗ୍ରେସର ବରିଷ୍ଠ ନେତା ସୁଶୀଲ କୁମାର ସିନ୍ଦେଙ୍କ ବିପକ୍ଷରେ ପ୍ରାର୍ଥୀ କରିଛି।

By amfnews

Related Post