Mon. Mar 17th, 2025

ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ ପକ୍ଷରୁ ସିଡିଏମ୍‌ଓ ଅଫିସ ଘେରାଉ।

By amfnews Sep 16, 2018 #Featured
207 Views

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ୧୦ ହଜାର ଟଙ୍କା ପ୍ରଦାନ ସମେତ ୪ଦଫା ଦାବି ନେଇ ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ମାଲକାନଗିରି ଜଲା କମିଟି ପକ୍ଷରୁ ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି । କମିଟି ଜିଲା ସଭାପତି ତୁଳସୀ କିର୍ତନିୟାଙ୍କ ନେତୃତ୍ୱରେ ଶତାଧିକ ଆଶା କର୍ମୀ ଓ ଆଶା ସାଥୀ ଜିଲା ସଦର ମହକୁମା ଚିକିତ୍ସାକାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ସେମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଅବହେଳା ପ୍ରଦର୍ଶନ କରାଯାଉଥିବା ସେମାନେ ଅଭିଯୋଗ କରିଥିଲୋ ଜାତୀୟ ସ୍ବାସ୍ଥ୍ୟ ମିଶନ ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସହ ଅଗଷ୍ଟ ମାସର ମାସିକ ଭତ୍ତା ପ୍ରଦାନ, ଜନନୀ ସୁରକ୍ଷା ଯୋଜନାରେ ୧୪୦୦ ଟଙ୍କା ସହ ଗାଡ଼ି ଭଡ଼ା ଏବଂ ପରିବାର କଲ୍ୟାଣ ଅସ୍ତ୍ରୋପଚାର ପ୍ରାପ୍ୟ ରାଶି ପ୍ରଦାନ ପ୍ରଭୃତି ଦାବି ଅନ୍ତର୍ଭୁକ୍ତ । ଜିଲା କମିଟି ସଭାପତି  କିର୍ତନିୟାଙ୍କ ନେତୃତ୍ୱରେ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ୪ଦଫା ସମ୍ବଳିତ ଦାବିପତ୍ର ସିଡିମ୍‌ଓ ଡାକ୍ତର ଅମରାନନ୍ଦ ମହାନ୍ତିଙ୍କୁ ପ୍ରଦାନ କରାଯାଇଥିଲା  ଆନ୍ଦୋଳନରେ ଅପର୍ଣ୍ଣା ସରକାର, ଅନିତା ବିଶ୍ୱାସ, ମମତା ଏକକା, ବିତିକା ବିଶ୍ୱାସଙ୍କ ସହ ୩ ଶହରୁ ଊର୍ଦ୍ଧ୍ୱ ଆଶାକର୍ମୀ ଯୋଗ ଦେଇଥିଲେ।

By amfnews

Related Post