Sat. Mar 7th, 2026

ନିଆଁରେ ପୋଡ଼ି ବାପ,ପୁଅଙ୍କ ମୃତ୍ୟୁ

234 Views

ଭଦ୍ରକ : ନିଆଁରେ ପୋଡ଼ି ହୋଇ ବାପ,ପୁଅଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ କଟସାହି ପଞ୍ଚାୟତ ଶ୍ୟାମଚାନ୍ଦପାଟଣା ଗାଁରେ। ମୃତକଦ୍ୱୟ ଜୟନ୍ତ ବାରିକ ଓ ତାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ବାରିକ।

ସୂଚନା ଅନୁସାରେ, ଜୟନ୍ତଙ୍କର ଏକ ତେଜରାତି ଦୋକାନ ଥିଲା। ଗତକାଲି ସ଼କାଳେ ଦୋକାନରେ ଧୂପ ଦେବା ବେଳେ ଅସାବଧାନତା ବଶତଃ ଧୂପରୁ ନିଆଁ ଖସି ସେଠାରେ ଥିବା ପେଟ୍ରୋଲ୍‌ରେ ପଡ଼ି ଯାଇଥିଲା। ଫଳରେ ନିଆଁ ଲାଗି ଯାଇଥିଲା। ଏପହାରେ ପୂରା ଦୋକାନରେ ନିଆଁ ଲାଗି ଯାଇଥିଲା। ଦୋକାନର ସବୁ ଜିନିଷ ପୋଡ଼ି ଯାଇଥିଲା ବେଳେ ବାପ,ପୁଅ ମଧ୍ୟ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ସେମାନଙ୍କୁ ଗାଁ ଲୋକେ ଉଦ୍ଧାର କରି ପ୍ରଥମେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏହାପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ  କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ଆଜି ଭୋରରେ ପ୍ରଥମେ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସକାଳେ ଜୟନ୍ତଙ୍କର ମୃତ୍ୟୁ ହୋଇଥିଲା। ଏ ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

By amfnews

Related Post