Sat. Nov 23rd, 2024

ନା ହୋଲି ନା ଦୀପାବଳି ତଥାପି ଉତ୍ସବ ପାଳୁଛନ୍ତି ଦେଶବାସୀ

By amfnews Feb 26, 2019 #Featured
259 Views

ଭୁବନେଶ୍ୱର, ଫେବୃଆରୀ ୨୬ : ନା ଆଜି ହୋଲି ନା ଦୀପାବଳି ତଥାପି ଆଜି ଦେଶବାସୀ ଉତ୍ସବ ପାଳୁଛନ୍ତି । ସମସ୍ତେ ରଙ୍ଗର ହୋଲି ଖେଳୁଛନ୍ତି ଏବଂ ନାଚ ଗୀତ କରି ଖୁସୀ ମନାଉଛନ୍ତି । କାରଣ ଆଜି ଭାରତୀୟ ବାୟୁ ସେନା ପାକିସ୍ତାନ ଆତଙ୍କବାଦୀଙ୍କ ଠାରୁ ପ୍ରତିଶୋଧ ନେଇଛି । ଦେଶବାସୀ ଖୁସୀରେ ବିଭୋର ହୋଇ ଉଠିଛନ୍ତି । ବାଜା ବଜାଇ ବାଣ ଫୁଟାଇ ଖୁସୀରେ ନାଚୁଛନ୍ତି ।

ସୂଚନାଯୋଗ୍ୟ ଯେ, ଫେବୃଆରୀ ୧୪ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଥିଲେ । ଏହା ଦ୍ୱାରା ସମଗ୍ର ଦେଶବାସୀ ସ୍ତବ୍ଧ ହୋଇଯାଇଥିଲେ । ପାକିସ୍ତାନ ଏବଂ ଆତଙ୍କବାଦୀଙ୍କ ଠାରୁ ପ୍ରତିଶୋଧ ନେବା ପାଇଁ ଦେଶବାସୀ ଦାବୀ କରି ରାସ୍ତାକୁ ଓହ୍ଲାଇଥିଲେ । ଆଜି ଦେଶ ଏହାର ପ୍ରତିଶୋଧ ନେଇଛି ।

ବାୟୁ ସେନା ପାକିସ୍ତାନକୁ କଡା ଜବାବ ଦେବା ପରେ ଦେଶବାସୀଙ୍କ ରକ୍ତ ଥଣ୍ଡା ହୋଇଛି । ଆଜି ସକାଳ ୩ଟା ୩୦ରେ ଭାରତୀୟ ବାୟୁସେନା ପିଓକେରେ ପ୍ରବେଶ କରି ଆତଙ୍କୀ ସଙ୍ଗଠନ ଜୈଶ-ଏ-ମହମ୍ମଦର ଠିକଣା ସ୍ଥଳକୁ ଧ୍ୱସଂ କରିଛି । ଭାରତର ୧୨ ମିରାଜ-୨୦୦୦ ବିମାନ ପାକିସ୍ତାନରେ ପଶି ଏୟାର ଷ୍ଟ୍ରାଇକକୁ ସଫଳ କରିଛି । ଏହି ଅପରେଶନରେ ପିଓକେର ବାଲାକୋଟ, ଚକୌତୀ ଏବଂ ମୁଜଫରାବାଦରେ ଉପସ୍ଥିତ ଥିବା ଆତଙ୍କବାଦୀ ଲଂଚ ପ୍ୟାଡକୁ ଧ୍ୱଂସ କରିଛି । ଏହି ତିନୋଟି ସ୍ଥାନ ଜୈଶ-ଏ-ମହମ୍ମଦର ଅଲ୍ଫା-୩ ଠିକଣା ଥିଲା, ଯାହାକୁ ଧ୍ୱଂସ କରାଯାଇଛି । ଦିନକୁ ଦିନ ପାକିସ୍ତାନ ଆତଙ୍କବାଦୀଙ୍କ ବିଧ୍ୱଂସ ଲୀଳା ବଢିବାରେ ଲାଗିଥିଲା । ଏହି ମଧ୍ୟରେ ସେମାନଙ୍କୁ ବୁଦ୍ଧି ଶେଖେଇବା ନିହାତି ଆବଶ୍ୟକ ଥିଲା । ଭାରତର ଏହି କଡା ଯବାବ ପରେ ପାକିସ୍ତାନର ସ୍ଥିତି ଏବେ ସଙ୍ଗୀନ ହୋଇ ପଡିଛି ।

କେବଳ ସେତିକି ନୁହେଁ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ  ଦେଶର କୃଷକମାନେ ମଧ୍ୟ ଆଗକୁ ଆସିଥିଲେ । ମଧ୍ୟପ୍ରଦେଶର କୃଷକମାନେ ପାକିସ୍ତାନକୁ ଟମାଟୋ ପଠାଇବାକୁ ମନା କରିଦେଇଥିଲେ ଏବଂ ଭାରତ ପାକିସ୍ତାନକୁ ନଦୀ ଜଳ ବଂଟନ କରିବାକୁ ମନା କରି ଦେଇଥିଲା । ଫଳରେ ପାକିସ୍ତାନ ଏବେ ସବୁ ପଟରୁ ସଙ୍କଟରେ ରହିଛି । ଏତଦ୍ ସତ୍ୱେ ମଧ୍ୟ ସେ ବୁଦ୍ଧି ଶିଖି ନାହିଁ । ଆତଙ୍କବାଦୀଙ୍କୁ ନିଜ ଦେଶରେ ଶରଣ ଦେଇଛି ।

By amfnews

Related Post