Mon. Mar 10th, 2025

ନାଲାରୋଡ ଠାରେ ସେବାଦଳର ପ୍ରତିଷ୍ଠା ଦିବସ ଓ ଧ୍ୱଜବନ୍ଧନ କାର୍ଯ୍ୟକ୍ରମ

By amfnews Jan 1, 2019 #Featured
149 Views

ରାଉରକେଲା, ୧ ଜାନୁଆରୀ  : କଂଗ୍ରେସ ସେବାଦଳର ୯୫ତମ ପ୍ରତିଷ୍ଠା ଦିବସ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ରାହୁଳ ଗାନ୍ଧୀ ଓ ଅଖିଳ ଭାରତ ସେବାଦଳ କମିଟି ମୁଖ୍ୟ ସଙ୍ଗଠକ ଲାଲାଜୀଭାଇ ଦେଶାଇଙ୍କ ଆଦେଶ କ୍ରମେ ଧ୍ୱଜବନ୍ଧନ କାର୍ଯ୍ୟକ୍ରମ ନାଲାରୋଡ ଛକଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜିଲା ସଭାପତି ଶ୍ରୀ ରାୟଙ୍କ ତତ୍ତ୍ୱାବଧାନରେ ଧ୍ୱଜବନ୍ଧନ ଓ ସେବାଦଳ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ଜିଲା କଂଗ୍ରେସ ସଭାପତି ରବି ରାୟ, କାର୍ଯ୍ୟକାରୀ ସଭାପତି ସବୀର ହୁସେନ, ରାଜ୍ୟ ସମ୍ପାଦକ ରଶ୍ମୀ ରଞ୍ଜନ ପାଢୀ ପ୍ରମୁଖ ସେବାଦଳ ପ୍ରତିଷ୍ଠାତା ୰ଏନ୍.ଏସ୍. ହାଡିକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

କାର୍ଯ୍ୟକ୍ରମରେ ସେବାଦଳ ଜିଲା ସଭାପତି ସ୍ୱାଗତ ଭାଷଣ ସହ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ସେବାଦଳ ସମ୍ପାଦକ ଘିସାଲାଲ ଶର୍ମା ଓ ରଞ୍ଜିତା ମଲ୍ଲିକ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୀର୍ତ୍ତନ ଦାସ, ଚିତ୍ତରଞ୍ଜନ ମହାନ୍ତି, ଅଜିତ ସାମଲ, ବରିୟମ ସିଂ, ବାସୁ ବାନାର୍ଜୀ, ଗୋପାଳ ଦାସ, ସଞ୍ଜୟ ପଣ୍ଡା, ଘନଶ୍ୟାମ ସୁନା, ସନ୍ତୋଷ ତନ୍ତୀ, ବ୍ଲକ୍ ସଭାପତି ମାନୁ ସାମଲ, ମାତା ପ୍ରସାଦ ଜୟସ୍ୱାଲ, ଏମ୍ଡି ଇମାମ, ବିନୋଦ ପଟ୍ଟନାୟକ, ଇଜାଜ ଅଖତର, ଜାଫର ନୁମାନ, ବଣ୍ଟି ଖାନ, ସୋଏବ ଅକତର, ଭାସ୍କର ଖିଲାର, ଆଲମ ଖାନ, ଏମ୍ଡି ମକସୁଦ, ଏମ୍ଡି ସୋଏବ, ସଜାବ ଅହମ୍ମଦ, ୱାସିମ ଖାନ, ନାସିର ହାପର, ଏମ୍ଡି ସଲୀମ, ଅସଲାମ, ଏମ୍ଡି ଲାଲୁଖାନ, ମୋଇମ୍ ଖାନ, ବୁଲୁ ଦାସ, ଅଭିଷେକ ଅଗ୍ରୱାଲ, ରମାକାନ୍ତ ମଲ୍ଲିକ, ରିନୁ କଲାଲ, ଆୟୁବ ଖାନ, ସନୁଲାହି, ଏମ୍ଡି ରବିକ, ଏମ୍ଡି ଜାବିର, ଏମ୍ଡି ନିସାଦ, ସବୀର ଖାନ, ଅମିତ କୁମାର, ଆଉସ୍ ଲାକ୍ରା, ଦିବାକର ଦୀପ, ବସନ୍ତ ମହାଳିକ, ସାକିର ହୁସେନ, ମାହଦ ହୁସେନ, ଅରୁଣ ଜୟପୁରିଆ, ପ୍ରକାଶ ଜେନା, ବୈଲୋଚନ ସାହୁ, ପ୍ରଦୀପ ସାହୁ, ରାଜେନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିବା ବେଳେ ବୁଲୁ ଦାସ ଧନ୍ୟବାଦ ଦେଇଥିଲେ ।

By amfnews

Related Post