Sun. Mar 8th, 2026

ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ; ସମ୍ପର୍କୀୟ ଦାଦା ଗିରଫ

229 Views

ବାରିପଦା  :  ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଞ୍ଚଳରେ ଜଣେ ୧୦ ବର୍ଷର ନାବାଳିକାକୁ ସମ୍ପର୍କୀୟ ଦାଦା  ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।  ପୁଲିସ୍‌ ଅଭିଯୁକ୍ତ ଦାଦା ମିଲୁ ସିଂଙ୍କୁ ଗିରଫ କରିଛି।

ସୂଚନାଅନୁସାରେ,  ଗତକାଲି ନାବାଳିକା ଜଣକ ଘର ବାହାରେ ଖେଳୁଥିବା ବେଳେ ସମ୍ପର୍କୀୟ ଦାଦା କୁକୁଡ଼ା ମାଗିଥିଲେ।  ନାବାଳିକା ଜଣକ ଏକ କୁକୁଡ଼ା ଦେବା ବେଳେ  ଯୁବକ ଜଣକ ତାଙ୍କୁ କାବୁ କରି  ଅସଦାଚରଣ କରିବାକୁ ଲାଗିଲେ। ତେବେ ଏହି ସମୟରେ ନାବାଳିକାଙ୍କ ଘର ଲୋକ ବାହାରି ଆସିବାରୁ  ଯୁବକ ଜଣକ ସେଠାରୁ ଫେରାର୍ ହୋଇଯାଇଥିଲେ। ନାବାଳିକାର ବାପା-ମାଆ ଅନ୍ୟ ଜିଲ୍ଲାରେ କାମ କରୁଥିବା ବେଳେ ସେ ବୁଢ଼ିମା’ ପାଖରେ ରୁହନ୍ତି । ଏନେଇ  ନାବାଳିକାଙ୍କ ବୁଢ଼ିମା’ ଓ ଗାଁ ଲୋକେ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

By amfnews

Related Post