Sun. Jun 8th, 2025

ନାଗସାପ ଫଣାରେ ଲାଲ ଜ୍ୟୋତି, ଦୈବୀଶକ୍ତିଯୁକ୍ତ ଭାବି ଲୋକେ ଆରମ୍ଭ କଲେ ପୂଜାର୍ଚ୍ଚନା

By amfnews Oct 26, 2018 #Featured
463 Views

ମିଳିଥିବା ସୂଚନା ଅନୁଯାୟୀ, ଏହି ନାଗର ଫଣାରେ ଥିବା କଠଉ ଚିହ୍ନ ଅସମ୍ଭବ ଭାବେ ଲାଲ ହୋଇ ସେଥିରୁ ଜ୍ୟୋତି ବାହାରୁଥିବା ଲୋକେ ଦେଖିଥିଲେ। ତେଣୁ ଏହି ସାପ ସାଧାରଣ ସାପ ନୁହେଁ, ବରଂ ଦୈବୀଶକ୍ତିଯୁକ୍ତ ନାଗଦେବତା ବୋଲି କହି ସ୍ଥାନୀୟ ଲୋକେ ଏହାର ପୂଜାର୍ଚ୍ଚନା କରିବା ଆରମ୍ଭ କରି ଦେଇଥିଲେ। ପ୍ରଥମେ ି ଫଣାରୁ ଲାଲ ଜ୍ୟୋତି ବାହାରୁଥିବା ଏହି ନାଗ ସାପଟିକୁ ଦେଖି ଏକ କୁକର ଭୁକିିବାରୁ ଲୋକେ ସେଠାରେ ପହଞ୍ଚିଏହି ବିରଳ ଦୃଶ୍ୟ ଦେଖିଥିଲେ। ତେବେ ଏ ପ୍ରକାର କଥାକୁ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ବିଶ୍ୱାସ କରୁ ନାହାଁନ୍ତି। ସେମାନେ କହିଛନ୍ତି ଯେ ସାପଟି ଫଣା ତୋଳିବା ସମୟରେ ଏହାର ଫଣାରେ ଅସ୍ତଗାମୀ ସୂର୍ଯ୍ୟଙ୍କର ଲୋହିତ କିରଣ ପଡ଼ିବାରୁ ଏହା ଏକ ଉଜ୍ୱଳ ଶିଖା ଭଲି ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରିଛି। ତେବେ ଯଦି ଏହା ଅସ୍ତଗାମୀ ସୂର୍ଯ୍ୟକି

ରଣ ତେବେ ସମଗ୍ର ଶରୀରରେ ଜ୍ୟୋତି ନ ବାହାରି କେବଳ କଠଉ ଚିହ୍ନ ଥିବା ଅଞ୍ଚଳରେ ଜ୍ୟୋତି କାହିକିଁ ବାହାରିଛି ବୋଲି ଲୋକେ ନ୍ରଶ୍ନ କରିବା ସହିତ ସେମାନଙ୍କ ବିଶ୍ଵାସରେ ଦୃଢ଼ ରହିଛନ୍ତି।

By amfnews

Related Post