Sat. Mar 7th, 2026

ନରାଜ ଆନିଟକ ଛକରେ ପୁଲିସ ଗୁଳି ଚୋଟରେ ଡକାୟତ ଦଳର ମୁଖ୍ୟ ଆହତ

201 Views

ବାରଙ୍ଗ: ମଙ୍ଗଳବାର ରାତି ପାହାନ୍ତାରେ ନରାଜ ଆନିକଟ ଛକ ନିକଟରେ ପୁଲିସ ଓ କେତେକ ଡକାୟତଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ଡକାୟତ ଦଳର ମୁଖ୍ୟ ଆହତ ହୋଇଛି।

ଡକାୟତମାନେ ସ୍ଥାନୀୟ କୃଷକ ବଜାରରେ ଡକାୟତି କରିବାକୁ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ କମିସନ୍‌ରେଟ୍‌ ପୁଲିସର ସ୍ୱତନ୍ତ୍ର ସ୍କ୍ଵାର୍ଡ ଭୋର୍‌ ପ୍ରାୟ ୪: ୨୦ରେ ସେମାନଙ୍କ ଉପରେ ଅତର୍କିତ ଚଢ଼ାଉ କରିଥିଲେ। ପ୍ରଥମେ ଡକାୟତମାନେ ପୁଲିସ ଉପରକୁ ଗୁଳି ଚଳାଇବାରୁ ବାଧ୍ୟ ହୋଇ ପୁଲିସ ପାଲଟା ଗୁଳି ଚଳାଇଥିଲା।

ଫଳରେ କିଛି କ୍ଷଣ ପାଇଁ ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା। ଡକାୟତମାନେ ପୁଲିସ ଉପରକୁ ତିନିଟି ଗୁଳି ଚଳାଇଥିଲେ।

ପୁଲିସ ଚଳାଇ ଥିବା ଗୁଳିରୁ ଦୁଇଟି ଗୁଳି ଡକାୟତ ଦଳର ମୁଖ୍ୟର ଗୋଡ଼ରେ ବିଦ୍ଧ ହୋଇଥିଲା। ଆହତ ହୋଇ ସେ ଘଟଣାସ୍ଥଳରେ ପଡ଼ିଯିବାରୁ ଅନ୍ୟ ଦୁଇ ଜଣ ସେଠାରୁ ଖସି ପଳାଇଲେ।

ଆହତ ଡକାୟତକୁ ପୁଲିସ ଉଠାଇ ନେଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରାଉଛି।

By amfnews

Related Post