Wed. Jan 8th, 2025

ନମୂନା ପରୀକ୍ଷଣ କରିବାରେ ରାଜ୍ୟସରକାରଙ୍କ ରେକର୍ଡ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୭୮୮୭ କରୋନା ନମୂନା ପରୀକ୍ଷଣ

By amfnews Aug 15, 2020 #Featured
114 Views

ଭୁବନେଶ୍ୱର, ଅଗଷ୍ଟ ୧୫ : ରାଜ୍ୟରେ କୋଭିଡ-19 ଟେଷ୍ଟିଂରେ ନୂଆ ରେକର୍ଡ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବାଧିକ ୪୭୮୮୭ କରୋନା ନମୂନା ପରୀକ୍ଷଣ କରାଯାଇଛି । ଆରଟିପିସିଆର ଦ୍ୱାରା ୭୦୦୦ ଟେଷ୍ଟ ହୋଇଥିବାବେଳେ , ୪୦୭୬୧ ଆଣ୍ଟିଜେନ ଟେଷ୍ଟ କରାଯାଇଛି , ଟ୍ରୁନାଟ ଟେଷ୍ଟ ୧୨୬ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଅଗଷ୍ଟ ୨୦ ସୁଦ୍ଧା ରାଜ୍ୟରେ ଦୈନିକ ୫୦ ହଜାର ଟେଷ୍ଟ ପାଇଁ ସରକାର ଲକ୍ଷ୍ୟ ରଖିଥିବା ବେଳେ ୧୦ ତାରିଖରୁ କ୍ରମାଗତ ଭାବେ ଟେଷ୍ଟିଂ ବଢିଛି । ଗତକାଲି ୪୨ ହଜାର ୭୬୧ ଟେଷ୍ଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ପାର୍ ହୋଇଛି । ଅଧିକ ଟେଷ୍ଟ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିଲେ ବି ଟେଷ୍ଟିଂ ତୁଳନାରେ ସଂକ୍ରମଣ ହାର କମ ରହୁଛି । ଟେଷ୍ଟିଂ ପ୍ରକ୍ରିୟାରେ ଓଡିଶା ୫ ନମ୍ବରରେ ରହିଥିବା ନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଥିଲା । ରାଜ୍ୟରେ ପ୍ରତି ୧୦ ଲକ୍ଷରେ ୮୬୭ ଜଣଙ୍କର ଟେଷ୍ଟ କରାଯାଉଥିବା ନେଇ ରାଜ୍ୟସରକାର ସୂଚନା ଦେଇଛନ୍ତି ।

By amfnews

Related Post