Sun. Nov 17th, 2024

ନଭେମ୍ବର ୨୮ରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ଲିଷ୍ଟରେ ନାମ ଯୋଡା ପ୍ରକ୍ରିୟା

By amfnews Nov 18, 2020 #Featured
108 Views

ଭୁବନେଶ୍ୱର : ଆସନ୍ତା ନଭେମ୍ବର ୨୮ ତାରିଖରୁ ରାଜ୍ୟରେ ନୂଆ ଭୋଟର ତାଲିକାରେ ନାମ ଯୋଡା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ୨୦୨୧ ଜାନୁଆରୀରେ ନୂଆ ଭୋଟର ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ଏହା ପୂର୍ବରୁ ଆରମ୍ଭ ହୋଇଛି ପ୍ରସ୍ତୁତି ।

ସୂଚନା ଅନୁସାରେ ନଭେମ୍ବର ୨୮ ତାରିଖରୁ ରାଜ୍ୟର ସମସ୍ତ ଭୋଟ୍ ଗ୍ରହଣ କେନ୍ଦ୍ରରେ ଏହି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ୨୦୨୧ ଜାନୁଆରୀ ସୁଦ୍ଧା ଯେଉଁ ମାନଙ୍କୁ ୧୮ ବର୍ଷ ହେବାକୁ ଯାଉଛି ସେମାନଙ୍କୁ ଏହି ତାଲିକାରେ ନୂଆ ଭୋଟର ଭାବରେ ଯୋଡା ଯିବ ଏଥି ସହିତ ସମାନ ଭାବରେ ଭେଟର ତାଲିକାରୁ ବାଦ୍ ଦେବା ପ୍ରକ୍ରିୟା ମଧ୍ୟ ଚାଲୁ ରହିବ ।

ଗତ ନଭେମ୍ବର ୧୬ ରେ ଡ୍ରାଫ୍ଟ ଭୋଟର ଲିଷ୍ଟ ପ୍ରକାଶ ପାଇବା ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହନୀ ଆସନ୍ତା ନଭେମ୍ବର ୨୮ରୁ ଭୋଟର ଲିଷ୍ଟରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ।

ଏହି ଭୋଟର ଲିଷ୍ଟରେ ସଂଶୋଧନ ପ୍ରକ୍ରିୟା ଶେଷ ହେବା ସହିତ ଆସନ୍ତା ବର୍ଷ ଜାନୁଆରୀ ୫ ତାରିଖ ସୁଦ୍ଧା ଭୋଟର ତାଲିକାକୁ ନେଇ କୌଣସି ଅଭିଯୋଗ ଥିଲେ ଏହାର ସମାଧାନ କରାଯାଇ ନୂଆ ଭୋଟର ତାଲିକ ପ୍ରକାଶ ପାଇବ ।

ଯେଉଁମାନେ ୧୮ବର୍ଷ ବୟସର ହୋଇଥିବାବେଳେ ସେମାନେ ବୁଥସ୍ତରୀୟ ଅଧିକାରୀଙ୍କଠୁ ଫର୍ମ-୬ ଆଣି ଆବେଦନ କରିପାରିବେ । ଏହାସହିତ ଡ୍ରାଫ୍ଟ ଭୋଟର ତାଲିକା କିମ୍ବା ଭୋଟର ପରିଚୟ ପତ୍ରରେ କୌଣସି ପ୍ରକାରର ତ୍ରୁଟି ଥିଲେ ଫର୍ମ-୮ ଏବଂ ଭୋଟର ତାଲିକାରୁ ନାଁ ବାଦ୍ ଦେବା ପାଇଁ ଫର୍ମ-୭ ମାଧ୍ୟମରେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି ।

ନୂଆ ଭୋଟମାନଙ୍କୁ ତାଲିକାରେ ସାମିଲ ପାଇଁ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଭୋଟର ତାଲିକା ସଂଶୋଧନ ପାଇଁ ନଭେମ୍ବର ୨୮ ଓ ୨୯ତାରିଖ ଏବଂ ଡିସେମ୍ବର ୫ ଓ ୬ତାରିଖରେ ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ ବୁଥ ସ୍ତରୀୟ ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ କରିବେ ।

By amfnews

Related Post