Sun. Mar 8th, 2026

ନବୀନ ପଟ୍ଟନାୟକଙ୍କ ସ୍ୱାଭିମାନ ଅଞ୍ଚଳରେ ରାସ୍ତା ନିର୍ମାଣ କେବେ।  କାନ୍ଧରେ ବୁହା ହଉଛନ୍ତି ଗର୍ଭବତୀ ଓ ରୋଗୀ।  ବିଏସ୍ଏ‌ଫ୍‌ ଯବାନ ବଞ୍ଚାଇଲେ ଗର୍ଭବତୀଙ୍କ ଜୀବନ……..

203 Views

ମାଲକାନଗିରି ଜିଲ୍ଲାରେ ପୁଣି ଥରେ ଦେଖିବାକୁ ମିଳିଛି ବିଏସଏଫ ଯବାନଙ୍କ ମହାନତା। ଜଣେ  ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସରେ ଚିତ୍ରକୋଣ୍ଡା  ଡାକ୍ତରଖାନା ପର୍ଯ୍ୟନ୍ତ ଆଣି ଜୀବନ ରକ୍ଷା କରି ପାରିଥିଲେ।
ମିଳିଥିବା ସୂଚନାନୁସାରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳ ଭଣ୍ଡାରର ବିଚ୍ଛିନ୍ନାଅଞ୍ଚଳ ପେପରମେଟଲା ପଞ୍ଚାୟତର  ବିଦାରପୋକନା ଗାମର ଜଣେ ମହିଳା ଗର୍ଭ ଯନ୍ତ୍ରଣା ଅସହ୍ୟ ହୋଇ ପଡିବାରୁ ତାଙ୍କୁ ଗ୍ରାମବାସୀ ମାନେ ଖଟିଆରେ ଭାର କରି କାନ୍ଧରେ ବୋହି ବୋହି ୭କି.ମି ବଡ଼ପଡ଼ା ସ୍ଥିତ ବିଏସଏଫ କ୍ୟାମ୍ପକୁ ଆଣିଥିଲେ।
ବିଏସଏଫ କ୍ୟାମ୍ପରେ ମହିଳାଙ୍କୁ ତୁରନ୍ତ ଯବାନ ମାନେ ତାଙ୍କୁ ନିଜ ଆମ୍ବୁଲାନ୍ସରେ ଚିତ୍ରକୋଣ୍ଡା ମେଡ଼ିକାଲ୍‍କୁ ନେଇଥିଲେ। ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ମହିଳାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା।
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିବା ବେଳେ ମହିଳାଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ କି ଗତ ଜୁନ ମାସ ୨୬ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିତ୍ରକୋଣ୍ଡା ଜାନବାଇ ଠାରେ ଗୁରୁପ୍ରିୟା ସେତୁର ଉଦଘାଟନ କରି ୬୦ ବର୍ଷର ବିଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ଭାବେ ନାମିତ କରିଥିଲେ।ମାଲକାନଗିରି ପାଇଁ ସ୍ୱତନ୍ତ୍ର ୧୦୦ କୋଟି ଅନୁଦାନ ଦେଇଥିଲେ।
ହେଲେ ବିଛିନ୍ନାଞ୍ଚଳରେ ଆମ୍ଭେମାନେ ଗର୍ଭବତୀ ଓ ରୋଗୀ ମାନଙ୍କୁ ଆଉ କେତେ ଦିନ ଏପରି ଖଟିଆ, ଟୋକେଇ ରେ ଭାର କରି ଡାକ୍ତରଖାନା ନବାକୁ ପଡିବ ବୋଲି ବିଛିନ୍ନାଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

By amfnews

Related Post