Sat. Mar 7th, 2026

ନବୀନ ଓ ମୋଦୀଙ୍କ ପରସ୍ପରକୁ ଆକ୍ଷେପ ଲୋକଦେଖାଣିଆ: ନିରଞ୍ଜନ

239 Views

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଓଡ଼ିଶା ଗସ୍ତ ଅବସରରେ ଝାରସୁଗୁଡା ବିମାନ ବନ୍ଦର ଉଦ୍‌ଘାଟନ ସହିତ ତାଳଚେର ସାର କାରଖାନା ପୁନରୁଦ୍ଧାର ନିମନ୍ତେ ଶୁଭଦେଲେ। ଗୋଟିଏ ମଞ୍ଚରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଉଦ୍‌ବୋଧନ ଦେଲେ। ଟଙ୍କିକିଆ ଚାଉଳ, ଆୟୁଷ୍ମାନ ଯୋଜନା, ସ୍ୱଚ୍ଛତା କାର୍ଯ୍ୟକ୍ରମ, ଦୁର୍ନୀତି, ପିସି କାରବାର ଆଦିକୁ ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କଲେ। ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ସରକାର ରାଜ୍ୟବାସୀଙ୍କ ପାଇଁ ଅନେକ କଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନେଇଥିବା ପ୍ରକାଶ କରିଥିଲେ। ଦୁହିଁଙ୍କ ମଧ୍ୟରେ ବାହାରକୁ ଏହା ଆକ୍ଷେପ ପ୍ରତିଆକ୍ଷେପ ଲାଗୁଥିଲେ ମଧ୍ୟ ସେମାନେ ଚତୁରେ ଚତୁରେ କୋଳାକୋଳି ହୋଇଛନ୍ତି। ରାଜ୍ୟକୁ କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ ପୁରସ୍କାର ଦେଇ ଚାଲିଥିବାବେଳେ ରାଜ୍ୟର ନବୀନ ସରକାର ମଧ୍ୟ ମୋଦୀଙ୍କୁ ବିମୁଦ୍ରାୟନଠାରୁ ୍ରଆରମ୍ଭ କରି ଜିଏସ୍‌ଟି, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଆଦି ସମସ୍ତ କ୍ଷେତ୍ରରେ ପୂର୍ଣ୍ଣ ସମର୍ଥନ ଦେଉଛନ୍ତି।

ତୈଳଦର ବୃଦ୍ଧିରେ ସାଧାରଣ ଲୋକ ତ୍ରାହିତ୍ରାହି ଡାକୁଥିବା ବେଳେ ବିଜେଡି କେବଳ ଲୋକ ଦେଖାଣିଆ ଭାବେ ପେଟ୍ରୋଲ ପମ୍ପ ସମ୍ମୁଖରେ ହାଲ୍‌କା ପ୍ରତିବାଦ ଜଣାଇ ନିରବ ରହିଲା। ଏହା ରାଜ୍ୟରେ ଭାଟ୍‌ ହ୍ରାସ ଦିଗରେ କୋଣସି ପଦକ୍ଷେପ ନେଉନାହିଁ କିମ୍ବା ଇନ୍ଧନକୁ ଜିଏସଟି ପରିସରଭୁକ୍ତ କରିବାକୁ କେନ୍ଦ୍ର ଉପରେ ଚାପ ପକାଉନାହିଁ। ଏପରିକଲେ ସିବିଆଇ ଚଢଉର ଭୟ ରହିଛି ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

By amfnews

Related Post