Sat. Mar 7th, 2026

ନବୀନଙ୍କ ଦୀର୍ଘାୟୁ କାମନା କଲେ ଦାମ

306 Views

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଜୀବୀ ହୁଅନ୍ତୁ। ଆଉ ଅଧିକ ଦିନ ଶାସନ କରନ୍ତୁ। ଅଧିକ ସଫଳତା ହାସଲ କରନ୍ତୁ। ବରିଷ୍ଠ ନେତା ଦାମୋଦର ରାଉତ ଆଜି ନବ ବର୍ଷରେ ଏହା କହିଛନ୍ତି। ସେ ଆହୁରି କହିଛନ୍ତି,“ନବୀନ ବାବୁ ମିଷ୍ଟ ଭାଷୀ। ସେ ସବୁବେଳେ ଶାଳୀନତା ରକ୍ଷା କରନ୍ତି।”

ଉଦ୍ୟାନ କୃଷି ଦୁର୍ନୀତି ଅଭିଯୋଗରେ ଆଇଏଏସ୍‌ ଅଫିସର ବିଜୟକେତନ ଉପାଧ୍ୟାୟ ଗିରଫ ହେବା ପ୍ରସଙ୍ଗରେ ଦାମ କହିଛନ୍ତି,“ ପ୍ରଥମେ ମୁଁ ଉଦ୍ୟାନ କୃଷି ଦୁର୍ନୀତି ପଦାକୁ ଆଣିଥିଲି, ହେଲେ କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ଏବେ 5T ଓ ମୋ ସରକାର ବ୍ୟବସ୍ଥାରେ କାର୍ଯ୍ୟାନୁଷ୍ଠାନ ହେଉଛି। ଲଗାମ ଛଡ଼ା ଦୁର୍ନୀତି ଚାଲିଥିଲା, ଏବେର କାର୍ଯ୍ୟାନୁଷ୍ଠାନ ପ୍ରଭାବ ପକାଇଛି।”

5T ପାଇଁ ପାଣ୍ଡିଆନଙ୍କୁ ଶ୍ରେୟ ଯିବ କି  ପ୍ରଶ୍ନରେ ଦାମ କହିଛନ୍ତି,“ 5T ଏକ ଯୋଜନା। ପାଣ୍ଡିଆନ ଏହାର ଦାୟିତ୍ୱରେ ଅଛନ୍ତି। ପାଣ୍ଡିଆନ ଦାୟିତ୍ୱରେ ନ ଥିଲେ, ଆଉ କିଏ ଦାୟିତ୍ୱରେ ଥାଆନ୍ତେ। ଯୋଜନାଟା ହେଉଛି ମୂଳ, କିଏ ଦାୟିତ୍ୱରେ ରହିଲା , ସେ କଥା ବଡ଼ କଥା ନୁହେଁ।”

By amfnews

Related Post