Sun. Mar 8th, 2026

ନବରଙ୍ଗପୁର ଆରଟିଓଙ୍କ ଘରେ ଭିଜିଲାନ୍ସ ରେଡ୍‌

133 Views

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଆର୍‌ଟିଓ ଗଣେଶ୍ୱର କହଁର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଣେଶ୍ୱର କହଁରଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢଉ ଚାଲିଛି। ନବରଙ୍ଗପୁରରେ ଥିବା ଗଣେଶ୍ୱରଙ୍କ ଭଡ଼ା ଘର ସହ ଅଫିସ, ଫୁଲବାଣୀ, ଭୁବନେଶ୍ୱର, ପାରଳାଖେମୁଣ୍ଡିରେ ଥିବା ଘରେ ମଧ୍ୟ ଜୟପୁର ଭିଜିଲାନ୍ସ ଟିମ୍ ପକ୍ଷରୁ ରେଡ୍ ଚାଲିଛି।

ଗତ ୨୧ ତାରିଖରେ ଆର୍‌ଟିଓ ଗଣେଶ୍ୱରଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ଗଣେଶ୍ୱର ଟଙ୍କା ଫେରାଇବା ପାଇଁ ନିଜ କାର୍ଯ୍ୟାଳୟର ଜଣେ ବ୍ୟକ୍ତିଙ୍କୁ କହୁଥିବା ସାମ୍ନାକୁ ଆସିଥିଲା। ନିଜ କାର୍ଯ୍ୟାଳୟରେ ଜଣେ ବ୍ୟକ୍ତିଙ୍କୁ ସେ ନେଇଥିବା ୧୫ ହଜାର ଟଙ୍କା ଫେରାଇବାକୁ କହୁଥିବା ବେଳେ ନିଜେ ବି ୩୦ ହଜାର ଟଙ୍କା ନେଇଥିବା ସ୍ୱୀକାର କରିଥିଲେ। ଯାହା ଭାଇରାଲ ଭିଡିଓରେ ଦେଖିବାକୁ ମିଳିଥିଲା। ସ୍ଥାୟୀ ଚାକିରି କରାଇ ଦେବାକୁ ଜଣେ ଯୁବକଙ୍କଠାରୁ ନେଇଥିବା ଲାଞ୍ଚ ଟଙ୍କା ସମ୍ପର୍କରେ ବଖାଣି ଏପରି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି  ଆର୍‌ଟିଓ ଗଣେଶ୍ୱର।

By amfnews

Related Post