Sun. Apr 20th, 2025

ନବବିବାହିତାଙ୍କ ମୃତ୍ୟୁ ଘଟଣାରେ ଜେଲ୍‌ ଗଲେ ସ୍ବାମୀ

By amfnews Mar 29, 2019 #Featured
205 Views

ପୁରୀ: ଗତ ବର୍ଷ ଜୁଲାଇ ମାସ ୬ ତାରିଖ ଦିନ ବିବାହ କରିଥିବା ଜଣେ ଯୁବତୀଙ୍କ ମୃତ୍ୟୁ ପରେ ଆଜି ସମୁଦ୍ରକୂଳ ଥାନା ପୁଲିସ ତାଙ୍କ ସ୍ବାମୀକୁ ଗିରଫ କରି ଜେଲ ପଠାଇଦେଇଛି। ପୁଲିସ କହିଛି ଯେ ବାଲି ସାହି ପୋଷ୍ଟ ଅଫିସ ନିକଟରେ ରହୁଥିବା ରାଜକିଶୋର ସାହୁଙ୍କ ଅଭିଯୋଗକୁ ଭିତ୍ତି କରି ସମୁଦ୍ରକୂଳ ଥାନା ପୁଲିସ ରେଣୁକା ଗଳିର ଶାନ୍ତିସ୍ବରୂପ ଦାଶକୁ ଅଟକ ରଖିଥିଲା। ସେ ନିଜ ପତ୍ନୀଙ୍କୁ ମାରପିଟ୍ କରିବା ସହିତ ଚିକିତ୍ସା ପାଇଁ ସହାୟତା କରୁନଥିଲା। ତେଣୁ ଶାନ୍ତିସ୍ବରୂପର ଅବହେଳା ଯୋଗୁଁ ତା’ର ପତ୍ନୀ କୌଶଲ୍ୟା ମୃତ୍ୟୁବରଣ କରିଥିଲେ। ରାଜକିଶୋରଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଶାନ୍ତିସ୍ବରୂପକୁ ଗିରଫ କରି କୋର୍ଟଚାଲାଣ କରିଛି। ପ୍ରକାଶ ଯେ ଗତ ବର୍ଷ ଜୁଲାଇ ମାସ ୬ ତାରିଖ ଦିନ ରାଜକିଶୋରଙ୍କ ଝିଅ କୌଶଲ୍ୟା(୨୦) ରେଣୁକା ଗଳିର ଶାନ୍ତିସ୍ବରୂପକୁ ଭଲପାଇ ଓଁକାରେଶ୍ବର ମନ୍ଦିରରେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରଠାରୁ ଶାଶୁ ଘର ଲୋକେ କୌଶଲ୍ୟାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିଲେ। ତାଙ୍କୁ ଖାଇବାକୁ ଦିଆଯାଉନଥିବା ବେଳେ ହତ୍ୟା ଧମକ ଦିଆଯାଉଥିଲା। କୌଶଲ୍ୟାଙ୍କ ସ୍ବାସ୍ଥ୍ୟ ଖରାପ ହେଲେ ତାଙ୍କୁ ଔଷଧ ମଧ୍ୟ ଦିଆଯାଉନଥିଲା। ତେବେ ଚିକିତ୍ସା ଅବ‌ହେଳା ଯୋଗୁଁ କୌଶଲ୍ୟା ମୃତ୍ୟୁବରଣ କରିଥିଲେ। ତେଣୁ କୌଶଲ୍ୟାଙ୍କୁ ନିର୍ଯ୍ୟାତନା ଦିଆଯିବା ସହିତ ଆବଶ୍ୟକ ଚିକିତ୍ସା ସେବା ଯୋଗାଇ ଦିଆଯାଉନଥିଲା ବୋଲି ରାଜକିଶୋର ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଆଜି ଶାନ୍ତିସ୍ବରୂପକୁ ଗିରଫ କରି କୋର୍ଟଚାଲାଣ କରିଛି।

By amfnews

Related Post