Sat. Mar 7th, 2026

ନଜରବନ୍ଦୀ ହେବାର ପ୍ରାୟ ୨୫ ଦିନପରେ ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କୁ ପରିବାର ସଦସ୍ୟଙ୍କ ସହ ଭେଟିବାକୁ ଅନୁମତି ମିଳିଲା

283 Views

ଶ୍ରୀନଗର  : ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ଗତ ମାସ ୫ତାରିଖରୁ ନଜରବନ୍ଦୀ କରାଯାଇଥିବା ଜମ୍ମୁ-କଶ୍ମୀରର ଦୁଇଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କୁ ନିଜ ପରିବାରର ଲୋକଙ୍କ ସହ ଭେଟିବାକୁ ଅନୁମତି ମିଳିଛି। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ସତର୍କତାମୂଳକ ପଦକ୍ଷେପସ୍ବରୂପ ନେସନାଲ କନଫରେନସ୍ ନେତା ଓମାର ଅବଦୁଲ୍ଲା ଏବଂ ପଡିପି ନେତ୍ରୀ ମେହବୁବା ମୁଫତିଙ୍କୁ ନଜରବନ୍ଦୀ କରାଯାଇ ପ୍ରଥମେ ହରି ନିବାସ ପ୍ୟାଲେସରେ ରଖାଯାଇଥିଲା।

ସେଠାରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହେବା ଯୋଗୁଁ ବାଧ୍ୟ ହୋଇ ଉଭୟଙ୍କୁ ଅଲଗା ଅଲଗା ରଖାଯିବାକୁ ନିଷ୍ପତ୍ତି ହୋଇଥିଲା ।ଏହାପରେ ଓମାର ଅବଦୁଲ୍ଲାଙ୍କୁ ଚେଷମାଶାହି ବନଭବନକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ କିନ୍ତୁ ମେହବୁବା ମୁଫତିଙ୍କୁ ହରିନିବାସ ପ୍ୟାଲେସରେ ହିଁ ରଖାଯାଇଥିଲା।

ମିଳିଥିବା ସୂଚନା ଅନୁସାରେ ଗତ ସପ୍ତାହରେ ଦୁଇଥର ଓମାର ଅବଦୁଲ୍ଲାଙ୍କୁ ତାଙ୍କ ଭଉଣୀ ଏବଂ ପିଲାମନେ ଭେଟିଥିଲେ । ଠିକ୍ ସେହିପରି ମେହବୁବା ମୁଫତିଙ୍କୁ ତାଙ୍କ ମାଆ ଏବଂ ଭଉଣୀ ଗତ ଗୁରୁବାର ଦିନ ସାକ୍ଷାତ କରିଥିଲେ।

By amfnews

Related Post