Sat. Mar 7th, 2026

ନକ୍ସଲ ଦେଲେ ନିଜ ମୃତ୍ୟୁ ହିସାବ, ବର୍ଷକ ମଧ୍ୟରେ ୨୦୧ ଜଣଙ୍କର ମୃତ୍ୟୁ

274 Views

ମାଲକାନଗିରି : ଗତମାସ ୨୮ତାରିଖରୁ ଆରମ୍ଭ ହୋଇଥିଲ ନକ୍ସଲଙ୍କ ସହିଦ ସପ୍ତାହ। ସପ୍ତାହେ ଧରି ମାଲକାନଗିରି ସମେତ ପଡୋଶୀ ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶର ବିଭିନ୍ନ ଗ୍ରାମରେ ନିହତ ନକ୍ସଲଙ୍କୁ ମନେ ପକାଇଥିଲେ। ତେବେ, ନକ୍ସଲଙ୍କ ଗୋଟିଏ ପୋଷ୍ଟର ସମସ୍ତଙ୍କୁ ଚକିତ କରିଛି। ଏହି ପୋଷ୍ଟରରେ ସଂଗଠନ ନିଜ କ୍ୟାଡରମାନଙ୍କ ମୃତ୍ୟୁର ହିସାବ ଦେଇଛି।

ହିସାବ ଅନୁଯାୟୀ, ୨୦୧୭ ମସିହା ଅଗଷ୍ଟ ୧ ତାରିଖ ଠାରୁ ଚଳିତବର୍ଷ ଜୁଲାଇ ୩୧ ତାରିଖ ମଧ୍ୟରେ ୨୦୧ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସେଥିରେ ଉଲ୍ଲେଖ ହୋଇଛି। ବର୍ଷକ ମଧ୍ୟରେ ମୃତ୍ୟୁବରଣ କରିଥିବା ନକ୍ସଲଙ୍କ ମଧ୍ୟରେ ୬ଜଣ ଡିବିସି ସଦସ୍ୟ,୨ ଜଣ ସବ ଜୋନାଲ କମିଟି ସଦସ୍ୟ,୨୬ ପିପିସି ସଦସ୍ୟ, ୯୭ ଜଣ ପିଏଲଜିଏ ସଦସ୍ୟ, ୩ ଜଣ ଜିପିସି ସଦସ୍ୟ, ବିଭିନ୍ନ ଆରପିସିରୁ ୩ ଜଣ ନକ୍ସଲ, ୧୬ଜଣ ଜନ ସଂଗଠନ ନେତା, ୧୬ ମିଲିସିଆ କମାଣ୍ଡର ମୃତ୍ୟୁବରଣ କରିଛନ୍ତି।

ସେମାନଙ୍କ ମଧ୍ୟରୁ ଦଣ୍ଡକାରଣ୍ୟରେ ୧୪୩ ଜଣ ନକ୍ସଲ, ବିହାର ଓ ଝାଡ଼ଖଣ୍ଡରେ ୧୭ ଜଣ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ୭ ଜଣ, ଓଡ଼ିଶାରେ ୧୨ ଜଣ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ପଶ୍ଚମବଙ୍ଗଳାରେ ମୋଟ ୫ ଜଣ ନକ୍ସଲ, ତେଲେଙ୍ଗାନାରେ ୪ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା କୁହାଯାଇଛି। ଯେଉଁଥିରେ ୭୯ଜଣ କ୍ୟାଡର ମହିଳା ନକ୍ସଲ ମୃତ୍ୟୁବରଣ କରିବା ସ୍ୱୀକାର କରାଯାଇଛି।

By amfnews

Related Post