Wed. Dec 25th, 2024

ନକଲି ବ୍ୟାଙ୍କ ଡ୍ରାଫ୍ଟ ଦେଇ ଦୁର୍ବୁତ୍ତ ନେଇଗଲେ ୧୦ ଏଲ୍ଇଡି ଟିଭି

rklsanchar@gmail.com' By J.N. Pradhan Aug 28, 2018 #Featured
192 Views

ରାଉରକେଲା, ୨୮ା୮ : ସହରରେ ବିଭିନ୍ନ ଠକେଇ କାୟା ବିସ୍ତାର କରିବାରେ ଲାଗିଛି । ଠକମାନେ ବିଭିନ୍ନ କୌଶଳମାନ ଅବଲମ୍ବନ କରି ସହରବାସୀଙ୍କୁ ଠକିବାରେ ଲାଗିପଡିଛନ୍ତି । ଏଭଳି ଏକ ଠକେଇ କରିଥିବା ନଜରକୁ ଆସିଛି । ନକଲି ବ୍ୟାଙ୍କ ଡ୍ରାଫ୍ଟ ଦେଇ ସହରର ଏକ ପ୍ରିତଷ୍ଠିତ ଟିଭି ଶୋ ରୁମ୍ରୁ ୧୦ଟି ଏଲ୍ଇଡି ଟିଭି ନେଇଯିବା ଘଟଣା ଆଲୋଚନାର ବିଷୟ ହୋଇଛି । ଶୋ’ରୁମ୍ ମାଲିକ ଏ ସମ୍ପର୍କରେ ପ୍ଲାଣ୍ଟସାଇଟ୍ ଥାନାରେ ଅଭିଯୋଗ କରିଛନ୍ତି ।

ପୁଲିସ୍ ମାମଲା ରୁଜୁ କରି ଘଟଣା ତନାଘନା ଚଳାଇଛି । ରାଉରକେଲା ମୁଖ୍ୟ ମାର୍ଗରେ ରହିଛି ଦୂରଦର୍ଶନ ଟିଭି ଶୋ’ରୁମ୍ । ଗତ ୧୫ ତାରିଖ ଦିନ ରାଜେଶ ସିଂ ନାମକ ଜନୈକ ବ୍ୟକ୍ତି ନିଜକୁ ରେଲୱେର ସେକ୍ସନ ଅଫିସର ବୋଲି ପରିଚୟ ଦେଇ ଶୋ’ରୁମରେ ପହଞ୍ôଚଥିଲେ । ଷ୍ଟାଫ୍ମାନଙ୍କୁ ରେଲୱେ ପକ୍ଷରୁ ଏଲ୍ଇଡି ଟିଭି ଗିଫ୍ଟ ଦିଆଯିବ ବୋଲି ଶୋ’ରୁମ୍ କର୍ମକର୍ତ୍ତାଙ୍କୁ କହିଥିଲେ । ସେ ଶୋ’ରୁମ ଭିତରେ ପଶି ନାମୀଦାମୀ ବ୍ରାଣ୍ଡର ଏଲ୍ଇଡି ଦେଖିଥିଲେ । ପରେ ୧୦ଟି ଏଲ୍ଇଡି ନେବାକୁ ସ୍ଥିର କରିଥିଲେ । ୧୦ଟି ଏଲ୍ଇଡି ଟିଭିର ଦାମ୍ ପ୍ରାୟ ୫ ଲକ୍ଷ ଟଙ୍କା ଥିଲା ।

ତେଣୁ ପୂର୍ବରୁ ସେ ୪ ଲକ୍ଷ ୫୭ ହଜାର ଟଙ୍କାର ଏକ ବ୍ୟାଙ୍କ ଡ୍ରାଫ୍ଟ କମ୍ପାନୀ ନାଁରେ ତିଆରି କରିଆଣିଥିଲେ । ମୂଲଚାଲ ଛିଣ୍ଡିଲା ପରେ ୧୦ଟି ଏଲ୍ଇଡି ଟିଭି ବାବଦରେ ୪ ଲକ୍ଷ ୫୭ ହଜାର ଟଙ୍କାର ଡ୍ରାଫ୍ଟ ଧରାଇ ଦେଇଥିଲେ । ବ୍ୟାଙ୍କ ଡ୍ରାଫ୍ଟ ହୋଇଥିବାରୁ ଶୋ’ରୁମ୍ ମାଲିକ ବା କର୍ମଚାରୀଙ୍କ ସନ୍ଦେହ ହୋଇନଥିଲା । ଦୁର୍ଭାଗ୍ୟକୁ ସେଦିନ ଅଗଷ୍ଟ ୧୫ ଛୁଟି ଥିଲା । ଏଲ୍ଇଡି ଟିଭିଗୁଡିକୁ ଏକ ଅଟୋରେ ଭର୍ତ୍ତି କରି ଯୁବକ ବସ୍ଷ୍ଟାଣ୍ଡ ଚାଲିଯାଇଥିଲେ ।

ଅପରପକ୍ଷରେ କିଛିଦିନ ପରେ ଶୋ’ରୁମ୍ କର୍ମଚାରୀମାନେ କମ୍ପାନୀ ଏକାଉଣ୍ଟରେ ଡ୍ରାଫ୍ଟ ଜମା କରିଥିଲେ । କିନ୍ତୁ ତାହା ନକଲି ଥିବା ଜଣାପଡିବା ପରେ ଶୋ’ରୁମ୍ ମାଲିକ ପ୍ଲାଣ୍ଟସାଇଟ୍ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ୍ ଘଟଣାର ତଦନ୍ତ କରୁଛି । ଏହି ଡ୍ରାଫ୍ଟଟି ସେଣ୍ଟ୍ରାଲ ବ୍ୟାଙ୍କର ଥିବା ସୂଚନା ମିଳିଛି । ଏହି ଘଟଣା ସହରରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।

Related Post