Mon. Nov 25th, 2024

ନକଲି ଦସ୍ତାବିଜ ପାଇଁ ନିର୍ଭୟା ଦୋଷୀଙ୍କ ଓକିଲଙ୍କୁ ନୋଟିସ

By amfnews Jan 19, 2020 #Featured
106 Views

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପବନ କୁମାର ଗୁପ୍ତା ପାଇଁ ମାମଲା ଲଢ଼ୁଥିବା ଆଇନଜୀବୀ ଏପି ସିଂହଙ୍କୁ ଦିଲ୍ଲୀ ବାର କାଉନସିଲ ପକ୍ଷରୁ ନୋଟିସ କରାଯାଇଛି। ସେ ପବନ ନାଁରେ କୋର୍ଟଙ୍କୁ ନକଲି ଦସ୍ତାବିଜ ଓ ଶୁଣାଣି ସମୟରେ କୋର୍ଟରେ ହାଜନ ନ ହେବାରୁ ଗତମାସରେ ଦିଲ୍ଲୀ ହାଇକୋର୍ଟ ଏପି ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାର କାଉନସିଲକୁ ସୁପାରିସ କରିଥିଲେ।

ଏହି ସୁପାରିସ ଆଧାରରେ ବାର କାଉନସିଲ ଏପି ସିଂହଙ୍କୁ ନୋଟିସ କରିଛି। ସେ ଆସନ୍ତା ୨ ସପ୍ତାହ ମଧ୍ୟରେ ନୋଟିସ ଉପରେ ନିଜର ଜବାବ ରଖିବେ।
ପବନ ୨୦୧୨ ନିର୍ଭୟା ଘଟଣା ବେଳେ ନାବଳକ ଥିବା ଦର୍ଶାଇ ଫାଶୀଦଣ୍ଡରୁ ବର୍ତ୍ତିବା ପାଇଁ ଯୋଜନା କରିଥିଲେ। ହେଲେ ଦିଲ୍ଲୀ ହାଇକୋର୍ଟ ଡିସେମ୍ବର ୧୯ରେ ପବନର ସମସ୍ତ ନାବାଳିକା ହେବାର ଦସ୍ତାବିଜକୁ ନକଲି ବୋଲି କହିବା ସହ ଏହାକୁ ଖାରଜ କରିଥିଲେ।

ହେଲେ ଏହି ଆବେଦନର ଶୁଣାଣି ବେଳେ ପବନର ଓକିଲ ଏପି ସିଂହ ହାଜର ନ ହେବାରୁ କୋର୍ଟ ବରକ୍ତି ପ୍ରକାଶ କରିଥିଲେ। ଏଥିସହ ଏପି ସିଂହଙ୍କ ଉପରେ ୨୫ ହଜାର ଟଙ୍କାର ଜୋରିମାନା ମଧ୍ୟ କରିଥିଲେ।

ଦିଲ୍ଲୀ ବାର କାଉନସିଲ ପକ୍ଷରୁ କୁହାଯାଇଛି ଯେ “ଗତବର୍ଷ ଡିସେମ୍ବର ୧୯ରେ ଜଷ୍ଟିସ୍‌ ସୁରେଶ କୁମାର ଆଇନଜୀବୀ ଏପି ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ବିଚାର କରିବାକୁ ବାର କାଉନସିଲକୁ କହିଥିଲେ। କୋର୍ଟଙ୍କ ସୁପାରିସ ପରେ ବାର କାଉନସିଲ ବୈଠକ ବସିଥିଲା। ସର୍ବସମ୍ମତିକ୍ରମେ ଏପି ସିଂହଙ୍କୁ ନୋଟିସ କରାଯାଇଛି। ଫେବୃଆରୀ ୨୮ରେ ଏହା ଉପରେ ପୁଣି ବୈଠକ ବସିବ। ନୋଟିସ ପାଇବାର ଦୁଇ ସପ୍ତାହ ମଧ୍ୟରେ ଏପି ସିଂହଙ୍କୁ ଜବାବ ରଖିବାକୁ କୁହାଯାଇଛି।”

ପବନ ଗୁପ୍ତା ନାବାଳକ ନଥିଲେ ହେଁ ଏପି ସିଂହ ନକଲି ଦସ୍ତାବିଜ କୋର୍ଟରେ ଉପସ୍ଥାପନ କରିଥିଲେ। ସେଗୁଡ଼ିକ ନକଲି ଥିଲା ବୋଲି ମଧ୍ୟ ଏପି ସିଂହ ଜାଣିଥିଲେ। ହେଲେ ନ୍ୟାୟିକ ପ୍ରକ୍ରିୟାକୁ ବିଳମ୍ବ କରିବା ପାଇଁ ସେ ଏପରି କରିଥିଲେ ବୋଲି କୋର୍ଟ ହୃଦୟଙ୍ଗମ କରିଥିଲେ।

ହାଇକୋର୍ଟ ପବନର ନାବଳକ ଆବେଦନକୁ ଖାରଜ କରିଥିବାରୁ ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ଆସନ୍ତାକାଲି ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିବେ।

By amfnews

Related Post