Fri. Jun 6th, 2025

ଧୋନି ଦେଲେ ଚୟନକାରୀ କମିଟିକୁ ଝଟକା, ମ୍ୟାଚ ଖେଳିବାକୁ ମନା କଲେ

By amfnews Oct 15, 2018 #Featured
199 Views

ନୂଆଦିଲ୍ଲୀ: କ୍ରିକେଟର ମହେନ୍ଦ୍ର ସିଂହ ଧୋନି ବିଜୟ ହଜାରେ ଟ୍ରଫି କ୍ୱାଟରଫାଇନାଲ ମ୍ୟାଚ ଖେଳିବାକୁ ମନା କରିବା ପରେ ଜାତୀୟ ଚୟନକାରୀ କମଟିକୁ ଶକ୍ତ ଝଟକା ଲାଗିଛି। ମୁଖ୍ୟ ଚୟନକାରୀ ଏମ୍‌ଏସ୍‌କେ ପ୍ରସାଦ ଦୁଇ ଦିନ ପୂର୍ବରୁ ଏହି ସୂଚନା ଦେଇଛନ୍ତି।

ଜାତୀୟ ଗଣମାଧ୍ୟମ ରିପୋଟ ଅନୁସାରେ ଚୟନକାରୀ ଓ ବରିଷ୍ଠ ଖେଳାଳିଙ୍କ ମଧ୍ୟରେ ତାଳ-ମେଳ ନାହିଁ। କାରଣ ଖେଳାଳିମାନେ କ’ଣ କରିବେ ଅଥବା କରିବେ ନାହିଁ, ତାହା ନିଜେ ନିଷ୍ପତ୍ତି ନେଇଥାନ୍ତି। ଧୋନି ବିଗତ ୨ ବର୍ଷ ହେବ ଭଲ ଫର୍ମରେ ନାହାନ୍ତି। ଝାଡ଼ଖଣ୍ଡ ତରଫରୁ ସେ ମହାରାଷ୍ଟ୍ର ବିପକ୍ଷରେ ବିଜୟ ହଜାରେ ଟ୍ରଫି ଖେଳିବାର ଥିଲା। ଝାଡ଼ଖଣ୍ଡର ମୁଖ୍ୟ କୋଚ ରାଜୀବ କୁମାର ବେଙ୍ଗାଲୁରୁରେ ସାମ୍ବାଦିକଙ୍କୁ କହିଛନ୍ତି, ଧୋନି କ୍ୱାଟର-ଫାଇନାଲରେ ଖେଳିବାକୁ ମନା କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟ ଚୟନକର୍ତ୍ତା ଏହା ପୂର୍ବରୁ ଧୋନିଙ୍କ ଖେଳିବା ନେଇ ଘୋଷଣା କରିଥିଲେ।

ଝାଡ଼ଖଣ୍ଡ କୋଚ କୁମାର କହିଛନ୍ତି, ଧୋନିଙ୍କୁ ଲାଗୁଛି ଯେ, ଏହି ପର୍ଯ୍ୟାୟରେ ଟିମ ସହିତ ଜଡ଼ିତ ରହିବା ଉଚିତ ନୁହେଁ। କାରଣ ଟିମ୍‌ ଭଲ ପ୍ରଦର୍ଶନ କରିଛି ଏବଂ ତାଙ୍କ ଅନୁପସ୍ଥିତିରେ କ୍ୱାର୍ଟର-ଫାଇନାଲରେ ପହଞ୍ଚିଛି। ସେ ଟିମ୍‌ର ସନ୍ତୁଳନ ଭାଙ୍ଗିବାକୁ ଚାହାନ୍ତି ନାହିଁ। ଧୋନି ଚଳିତ ବର୍ଷ ୨୨ ଦିନ (୧୫ ଦିନିକିଆ ଓ ୭ ଟି-୨୦) ମ୍ୟାଚ ଖେଳିଛନ୍ତି। ବହୁ ଦିନ ବିଶ୍ରାମ ନେବା ପରେ ମଧ୍ୟ କେବେ ଫର୍ମକୁ ଫେରି ନାହାନ୍ତି।

By amfnews

Related Post