Sat. Mar 7th, 2026

ଧୋଇଗଲା ଆସିକା -ଦିଗପହଣ୍ଡି ମୁଖ୍ୟରାସ୍ତା

310 Views

ଆସିକା  : ଲଗାଣ ବର୍ଷାରେ ଗଞ୍ଜାମ ଆସିକା -ଦିଗପହଣ୍ଡି ମୁଖ୍ୟରାସ୍ତା ଧୋଇଗଲା । ବୁଧେଶ୍ୱର ନିକଟସ୍ଥ ପୋଚକା ନାଳ ଉପରେ ନିର୍ମିତ ରାସ୍ତା ଧୋଇଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି । ଏଥିଯୋଗୁ ଯାତାୟତରେ ଘୋର ବାଧା ଉପୁଜୁଛି। ରାସ୍ତା ଧୋଇଯିବାରୁ ଆସିକାରୁ ଦିଗପହଣ୍ଡି, ସାନଖେମୁଣ୍ଡି, ପାଟପୁର, ତପ୍ତପାଣି, ମୋହନା, ଚନ୍ଦ୍ରଗିରି ଆଦି ଅଞ୍ଚଳକୁ ଯାଆସ ବନ୍ଦ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି।

ଦୁଇ ମାସ ତଳେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବୁଧେଶ୍ୱର ନିକଟସ୍ଥ ପୋଚକା ନାଳ ଉପରେ ଥିବା ବ୍ରିଟିସ୍  ଅମଳର ପୋଲ ଧୋଇ ହୋଇ ଯାଇଥିଲା । ଏହି ଘଟଣା ପରେ ସେଠାରେ ଲୋକଙ୍କ ଗମନାଗମନ ପାଇଁ ନାଳ ଉପରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରିଥିଲେ ସ୍ଥାନୀୟ ପ୍ରଶାସନ । ହେଲେ ଏବେ ସେହି ରାସ୍ତାଟି  ମଧ୍ୟ ଧୋଇଯାଇଛି । ସେହିପରି ଘୋଡାହାଡ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଥିବାରୁ ତଳିଆ ଅଞ୍ଚଳରେ ସ୍ଥିତି ସଙ୍ଗୀନ ହୋଇପଡିଛି ।

By amfnews

Related Post