Sat. Mar 14th, 2026

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଜେଟଲୀ

196 Views

ନୂଆଦିଲ୍ଲୀ : ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରି ଶୁକ୍ରବାରଠାରୁ ଏମ୍ସରେ ଚିକିତ୍ସିତ ହେଉଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି। ସେ  ଧୀରେ ଧୀରେ ସୁସ୍ଥ ହେଉଥିବା ଜଣାପଡ଼ିଛି। ତଥାପି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏମ୍ସର ଏକ ଉଚ୍ଚସ୍ତରୀୟ ଡାକ୍ତରୀ ଟିମ୍‌ ନଜର ରଖିଛନ୍ତି।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜେଟଲୀଙ୍କ ଅବସ୍ଥା ଶୁକ୍ରବାର ଅତ୍ୟନ୍ତ ସଙ୍କଟାପନ୍ନ ରହିଥିଲା। କିନ୍ତୁ ଶନିବାର ଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ସେ ଚିକିତ୍ସାକୁ ରେସପଣ୍ଡ କରୁଛନ୍ତି। ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏବେ ତାଙ୍କ ହାର୍ଟ ଠିକରେ କାମ କରିବା ଆରମ୍ଭ କରିଛି ଏବଂ ରକ୍ତ ସଂଚାଳନ ମଧ୍ୟ ସ୍ୱାଭାବିକ ରହିଛି।

ଜେଟଲୀଙ୍କୁ ନେଇ କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ଏହି ସରକାରୀ ସୂତ୍ରରେ କୁହାଯାଇଛି। ଜେଟଲୀଙ୍କୁ ଶୁକ୍ରବାର ଦିନ ୧୦ଟାରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଏଣ୍ଡୋକ୍ରିନୋଲଜି, ନେଫ୍ରୋଲଜି ଓ କାର୍ଡିୟୋଲୋଜି ବିଭାଗର ଏକ ମିଳିତ ଟିମ୍ ନଜର ରଖିଛି।

By amfnews

Related Post