123 Views
ଶ୍ରୀନଗର, ଅଗଷ୍ଟ ୦୪ : ଶ୍ରୀନଗର ପ୍ରଶାସନ ସୋମବାର ଧାରା ୩୭୦ ଲାଗୁ ହେବାର ବର୍ଷ ପୂର୍ତ୍ତି ଅବସରରେ ଅଗଷ୍ଟ ୪ ଓ ୫ ତାରିଖ କଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛି । କାରଣ ଏହି ଦିନଟି ଜମ୍ମୁ କଶ୍ମୀରବାସୀଙ୍କ ପାଇଁ ଐତିହାସିକ ଦିବସ । ଶ୍ରୀନଗର ଡେପୁଟି କମିସଶନରଙ୍କ ଦ୍ୱାରା ଏହି ଆଦେଶନାମା ଜାରି ହୋଇଛି । କାରଣ ୨୦୨୦ ଅଗଷ୍ଟ ୫ରେ ପାକିସ୍ତାନୀ ପ୍ରାୟୋଜନରେ କିଛି ସଂସ୍ଥା ଓ ବିଚ୍ଛିନ୍ନତାବାଦୀ ସମୂହ ହିଂସା ଘଟାଇବା ନେଇ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି । କାରଣ ବିରୋଧୀମାନେ ଏହି ଦିନକୁ କଳା ଦିବସ ଭାବେ ପାଳନ କରିବାକୁ ଯୋଜନା କରିଛନ୍ତି । ସେହିଭଳି ହିଂସାକାଣ୍ଡ ଘଟାଇବା ପାଇଁ ମଧ୍ୟ ଯୋଜନା ହୋଇପାରେ ।
ସମଗ୍ର ଦେଶ ସମେତ ଜମ୍ମୁ କଶ୍ମୀରରେ କୋଭିଡ-୧୯କୁ ଦୃଷ୍ଟିରେ ରଖି ଲୋକଙ୍କୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ସେହିଭଳି ଲୋକେ ବାହାରେ ଭିଡ ନଲଗାଇବାକୁ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି ।