Sun. Mar 8th, 2026

ଧାରା ୩୭୦ ଉଚ୍ଛେଦ: ସବୁ ପିଟିସନ୍‌ର ଶୁଣାଣି କରିବେ ସୁପ୍ରିମ୍‌ କୋର୍ଟଙ୍କ ପାଞ୍ଚଜଣିଆ ବିଚାରପତି ବିଶିଷ୍ଟ ଖଣ୍ଡପୀଠ

184 Views

ନୂଆଦିଲ୍ଲୀ  : ଜମ୍ମୁ ଓ କଶ୍ମୀରର ପାହ୍ୟା ପରିବର୍ତ୍ତନକୁ ଚାଲେଞ୍ଜ୍‌ କରି ସୁପ୍ରିମ୍‌ କୋର୍ଟରେ ଦାଏର୍‌ କରାଯାଇଥିବା ସମସ୍ତ ପିଟିସନ୍‌ର ଶୁଣାଣି ୫ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠଙ୍କ ଦ୍ୱାରା ଅକ୍ଟୋବର ମାସର ପ୍ରାରମ୍ଭରେ ଶୁଣାଣି କରାଯିବ ବୋଲି ବୁଧବାର ଦିନ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କହିଛନ୍ତି। ଏ ସଂକ୍ରାନ୍ତରେ ଶୀର୍ଷ ଅଦାଲତ କେନ୍ଦ୍ର ସରକାରଙ୍କୁ ମଧ୍ୟ ନୋଟିସ୍‌ ଦେଇଛନ୍ତି।

ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ଦ୍ୱିତୀୟ ଶୀର୍ଷସ୍ତରୀୟ ବରିଷ୍ଠ ଆଇନ ଅଧିକାରୀ ତୁଷାର ମେହେଟା ଅନେକ ମାମଲାରେ ସୁପ୍ରିମ୍‌ କୋର୍ଟଙ୍କୁ ଅନୁରୋଧ କରିଥିଲେ ସରାକରଙ୍କୁ ଆନୁଷ୍ଠାନିକ ନୋଟିସ୍‌ ନ ପଠାଇବାକୁ। ମେହେଟା ଯୁକ୍ତି ବାଢ଼ିଥିଲେ ଯେ ଶୀର୍ଷ ଅଦାଲତଙ୍କ ନୋଟିସ୍‌ର ସୀମାଲଂଘନ ପରିଣାମ ଥାଇପାରେ ଏବଂ ତା’ର ଅପବ୍ୟବହାର ହୋଇପାରେ। କୋର୍ଟ ନୋଟିସ ବଳରେ ରାଜନେତାମାନେ ସରକାରଙ୍କୁ ଟାର୍ଗେଟ୍‌ କରୁଥିବା କଥା ମଧ୍ୟ ମେହେଟା କହିଥିଲେ। ଏହି ମାମଲାରେ ଯାହାକିଛି ଘଟୁଛି ଅନ୍ୟ ରାଜନୈତିକ ନେତାମାନେ ପ୍ରୋଜେକ୍ଟ୍‌ କରୁଛନ୍ତି ବୋଲି ସେ କହିଥିଲେ। କିନ୍ତୁ ଶୀର୍ଷ ଅଦାଲତ ସେ ଅନୁରୋଧ ରକ୍ଷା କରି ନାହାନ୍ତି। ପ୍ରଧାନ ବିଚାରପତି ଗୋଗୋଇ କହିଲେ: ଆମେ ଆଦେଶ ଦେଇଛୁ… ତାହା ପରିବର୍ତ୍ତନ କରି ପାରିବୁ ନାହିଁ।

By amfnews

Related Post