Sun. Mar 8th, 2026

ଧାରଣା ଦେଉଥିଲେ, ଉଠାଇ ନେଲା ପୁଲିସ୍‌

153 Views

ଭୁବନେଶ୍ୱର : ‘କାଳିଆ’ ଟଙ୍କା ନ ମିଳିବା ପ୍ରତିବାଦରେ ଆଜି କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ବାସଭବନ ସମ୍ମୁଖରେ ଧାରଣାରେ ବସିଥିଲେ ବହୁ ହିତାଧିକାରୀ। ହେଲେ ସେମାନଙ୍କୁ ସେଠାରୁ ଉଠାଇନେଲା ପୁଲିସ୍‌।

ନବନିର୍ମାଣ କୃଷକ ସଂଗଠନର କର୍ମକର୍ତ୍ତା ଆଜି ସକାଳେ ‘କାଳିଆ’ ଟଙ୍କା ହିତାଧିକାରୀଙ୍କୁ ନ ମିଳିବା ପ୍ରତିବାଦରେ କୃଷିମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଧାରଣା ଦେଉଥିଲେ।  ଅନେକ ମହିଳା ଚାଷୀ ମଧ୍ୟ ଏହି ଧାରଣାରେ ସାମିଲ ହୋଇଥିଲେ। ହେଲେ ବିକ୍ଷୋଭକାରୀଙ୍କୁ ପୁଲିସ୍‌ ଅଟକାଇବା ସହ ସେମାନଙ୍କୁ ଉଠାଇ ନେଇଥିଲା।

ଏନେଇ ଜଣେ ବିକ୍ଷୋଭକାରୀ କହିଛନ୍ତି,“ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାଳିଆ ଯୋଜନାରେ ସବୁ ଚାଷୀ ଭାଇଙ୍କୁ ଟଙ୍କା ଦିଆଯିବ। ହେଲେ ୨୫ ପ୍ରତିଶତ ଲୋକଙ୍କୁ ଟଙ୍କା ଦିଆଗଲା। ଆଉ ୭୫ ପ୍ରତିଶତ ଲୋକ କାଳିଆ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ଆମେ ଏହି ଦାବି ନିମନ୍ତେ ଆସିଛୁ। ହେଲେ ପୁଲିସ୍ କର୍ମଚାରୀ ଆମକୁ ଟଣାଓଟରା କରି ରାସ୍ତାରେ ବସାଇ ଦେଉନାହାନ୍ତି।”

By amfnews

Related Post