Sat. Mar 7th, 2026

ଧାନ ଖାଇବାକୁ ଗାଁରେ ପଶିଲେ ହାତୀ

241 Views

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଣ୍ଡସର ଗାଁରେ ଆଜି ଭୋରରେ ୪ଟି ହାତୀ ପଶିଥିଲେ। ଏହି ପଲରେ ଦୁଇଟି ମାଈ ହାତୀ ସହ ଦୁଇଟି ଛୁଆ ଅଛନ୍ତି।  ଗତକାଲି ଏହି ହାତୀଗୁଡ଼ିକ ରାସ ଜଙ୍ଗଲରେ ଥିଲେ। ହେଲେ ଧାନ ଖାଇବାକୁ ଆଜି ଗାଁକୁ ପଶିଥିଲେ। ତେବେ ସକାଳ ହୋଇ ଯିବାରୁ ଗାଁ ମୁଣ୍ଡ ଏକ ବୁଦାରେ ରହି ଯାଇଛନ୍ତି।  ଫଳରେ ଗାଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

By amfnews

Related Post