Sat. Mar 7th, 2026
316 Views

ବୌଦ୍ଧ : ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଖଟଖଟିଆ ପଞ୍ଚାୟତର ସିନ୍ଦୂରପୁର ଗାଁରେ ମନୋଜ ଭୋଇ ନାମକ ଜଣେ ଚାଷୀଙ୍କ ଖଳାରେ ଥିବା ଧାନ ପୋଡ଼ି ପାଉଁଶ ହୋଇଯାଇଛି। ସେ ଜମିରୁ ଧାନ କାଟି ବିଡ଼ା କରି ଗାଁ ମୁଣ୍ଡରେ ଥିବା ଖଳାରେ ଗଦା କରି ରଖିଥିଲେ। ହେଲେ ଗତକାଲି ବିଳମ୍ୱିତ ରାତିରେ କେହି ଦୁର୍ବୃତ୍ତ ସେଥିରେ ନିଆଁ ଲଗାଇ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି।

ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ କଣ୍ଟାମାଳ ଓ ସୋନପୁରରୁ ଦୁଇଟି ଦମକଳ ଗାଡ଼ି ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ନିଆଁକୁ ଆୟତ୍ତ କରିଥିଲେ। ହେଲେ ଦମକଳ ଗାଡ଼ି ଆସିବା ପୂର୍ବରୁ ସବୁ ଧାନ ପୋଡ଼ି ପାଉଁଶ ହୋଇଯାଇଥିଲା। ମନୋଜଙ୍କ କହିବା ଅନୁଯାୟୀ, ୭ ଏକର ଜମିର ଧାନ ବିଡ଼ା ସେ ଖଳାରେ ରଖିଥିଲେ।

By amfnews

Related Post