Sat. Mar 7th, 2026

ଧନୀ ହେବା ପାଇଁ ଚାକିରି ନୁହେଁ, ଆତ୍ମନିର୍ଭରଶୀଳତା ଲୋଡ଼ା; ପ୍ରମାଣ କରି ଦେଖାଇଲେ ଶିକ୍ଷିତ ଚାଷୀ

251 Views

ବେଲଗଭି: କରୋନା ଭାଇରସ୍‌ ପାଇଁ ଦେଶର ଅନେକ ଲୋକଙ୍କ ଚାକିରି ଯାଇଛି। କେହି କେହି ଟଙ୍କା ରୋଜଗାର କରିବାକୁ ବିକଳ ହେଉଥିବା ବେଳେ ଆଉ କେହି ଆତ୍ମନିର୍ଭରଶୀଳ ହେବାକୁ ନୂଆ ନୂଆ ପନ୍ଥା ଆପଣେଇଛନ୍ତି। ମାତ୍ର ଏମିତି ବି ବ୍ୟକ୍ତି ଅଛନ୍ତି ଭାଙ୍ଗି ନପଡ଼ି ଆତ୍ମନିର୍ଭରଶୀଳ ହୋଇ ଉଦାହରଣ ପାଲଟିଛନ୍ତି। ସେମିତି ଜଣେ ଉଦାହରଣ ହେଉଛନ୍ତି ସତିଶ ସିଦାଗୌଦର। ୩୮ ବର୍ଷିଅ ଏହି ଯୁବକ ଜଣକ କଲାର ଚାଷ କରି ନିଜ ରୋଜଗାରର ପନ୍ଥା ଖୋଜି ପାଇ ସ୍ଥାନୀୟ ଅଞ୍ଚଳର ହିରୋ ପାଲଟିଛନ୍ତି।

ବେଲଗଭିରୁ ୩୫ କିଲୋମିଟର ଦୂରରେ ଥିବା ହୁକେରି ତାଲୁକ ସିରୁର୍‌ ଗ୍ରାମର ଏହି ଯୁବ ଚାଷୀ ଜଣକ ତାଙ୍କ ଅଞ୍ଚଳରେ କଲାରା ଚାଷ କରି ଏବେ ବେଶ୍‌ ଲୋକପ୍ରିୟତା ସାଉଁଟୁଛନ୍ତି। ସେ ତାଙ୍କ ନିଜ ଚେଷ୍ଟା ବଳରେ ଏତେ ପରିମାଣର ଉତ୍କୃଷ୍ଟ ଧରଣର କଲରା ଫଳାଇ ପାରି ଚାରିଆଡ଼େ ଏବେ ଚର୍ଚ୍ଚା ପାଲଟିଛନ୍ତି।

ସତିଶ ୧.୪ ଏକର ଜମିରେ କଲରା ଚାଷ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିବା ଜାଣିବାକୁ ମିଳିଛି। ନିଜେ ଆତ୍ମନିର୍ଭରଶୀଳ ହେବା ପରେ ସେ ଯେତିକି ଟଙ୍କା ରୋଜଗାର କରୁଛନ୍ତି ତାହା କୌଣସି ଚାକିରିରୁ ସେ ରୋଜଗାର କରିପାରିନଥାନ୍ତେ ବୋଲି କହିଛନ୍ତି।

ସେ ଏବେ ଜଣେ ସୁପରିଚିତ ଧନୀ ଚାଷୀ। ତାଙ୍କର ଏବେ ୪ଟି ଚାରିଚକିଆ ଯାନ ଅଛି। ସେ ଖୁବ୍ ଶୀଘ୍ର ଏକ ବଙ୍ଗଳା ତିଆରି କରିବାର ସ୍ବପ୍ନ ଦେଖୁଛନ୍ତି। ସେ ଜଣେ ଶିକ୍ଷକ ହେବାର ଆଶା ନେଇ ଏଜୁକେସନ୍‌ରେ ସ୍ନାତକ କରିଥିଲେ। ମାତ୍ର ଚାକିରି ନ ମିଳିବାରୁ ଚାଷ କରିବାର ନିଷ୍ପତ୍ତି ନେଇଥିଲେ।

By amfnews

Related Post