Sat. Mar 7th, 2026

ଧନୀକ ଏସସି ଏସଟିଙ୍କ ପରିବାରକୁ ଉନ୍ନତି କ୍ଷେତ୍ରରେ ଆରକ୍ଷଣ ଦେବା କେତେ ପ୍ରଯୁଜ୍ୟ : ସୁପ୍ରିମ କୋର୍ଟ

558 Views

ନୂଆଦିଲ୍ଲୀ, ଅଗଷ୍ଟ ୨୪ :

ଧନୀକ ଶ୍ରେଣୀର ପଛୁଆ ବର୍ଗଙ୍କୁ କ୍ରିମି ଲେୟାରରେ ଅନ୍ତର୍ଭୁକ୍ତ କରାଯାଇ ଆରକ୍ଷଣରୁ ବଂଚିତ କରାଯାଉଛି କିନ୍ତୁ ଧନୀକ ଶ୍ରେଣୀର ଏସସି ଏସଟି କର୍ମଚାରୀଙ୍କୁ ଆରକ୍ଷଣରୁ କଣ ପାଇଁ ବଂଚିତ କରାଯାଉ ନାହିଁ ବୋଲି ଚିଫ ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ପାଂଚ ଜଣିଆ ଖଣ୍ଡ ପୀଠରେ ପ୍ରଶ୍ନ କରାଯାଇଛି ।

ସେ ଏହାର ଉଦାହରଣ ଦେଇ କହିଛନ୍ତି କି ଯଦି କୌଣସି ବ୍ୟକ୍ତି ଆରକ୍ଷଣର ଲାଭ ଉଠାଇ ରାଜ୍ୟର ମୁଖ୍ୟ ସଚ୍ଚିବ ହୁଏ ତେବେ ସେହି ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ପଛୁଆ ବର୍ଗ ଶ୍ରେଣୀରେ ଆରକ୍ଷଣ ଦିଆ ଯିବା କେତେ ପ୍ରଯୁଜ୍ୟ । ଦିନ ତମାମ ଚାଲିଥିବା ଏହି ଯୁକ୍ତିତର୍କରେ ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ, ଆଡିସନାଲ ସଲିସିଟର ଜେନେରାଲ ତୁଷାର ମେହେତା, ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହ, ଶ୍ୟାମ ଦୀବାନ, ଦିନେଶ ଦ୍ୱୀବେଦୀ ତଥା ପିଏସ ପଟବାଲିୟା ଏସସି ଏସଟି ବର୍ଗର ଉନ୍ନତି ହେତୁ ଆରକ୍ଷଣ ଦିଆ ଯିବା ପାଇଁ ଓକିଲାତି କରିଛନ୍ତି । ଏହି ମାମଲାରେ ଆଗାମୀ ଶୁଣାଣୀ ଅଗଷ୍ଟ ୧୯ରେ କରାଯିବ ।

By amfnews

Related Post