Sat. Jan 25th, 2025

ଧଉଳୀ-କଳିଙ୍ଗ ମହୋତ୍ସବର ଅନ୍ତିମ ସଂଧ୍ୟାରେ ଭାରତର ଶାସ୍ତ୍ରୀୟ ନୃତ୍ୟରେ ଶାନ୍ତି, ପ୍ରେମର ବାଣୀ ଓ ସମରକଳାର ପରାକାଷ୍ଠା

By Kedar Mishra Feb 8, 2016 #Featured
????????????????????????????????????
361 Views

ଧଉଳୀ୦୮.୦୨.୨୦୧୬ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟଭିଜନର ମିଳିତ ଉଦ୍ୟମରେ ଆୟୋଜିତ ୧୨ତମ ଧଉଳୀ କଳିଙ୍ଗ ମହୋତ୍ସବ ଉଦ୍ ଯାପନୀ ଉତ୍ସବରେ ପରିବେଷିତ ହୋଇଯାଇଛି ଅତ୍ୟନ୍ତ ମନୋଜ୍ଞ ଓ ଚିତ୍ତାକର୍ଷକ ନୃତ୍ୟ କାର୍ଯ୍ୟକ୍ରମ ।

ଅନ୍ତିମ ସଂଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଥିଲା ବୁଦ୍ଧଙ୍କ ବାଣୀରେ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର କୁନି କୁନି ଶିଳ୍ପୀଙ୍କୁ ନେଇ ଗୋଟୀପୁଅ ନୃତ୍ୟ ପରେ ପରେ କଲିକତାରୁ ଆସିଥିବା ସିଞ୍ଜନ ନୃତ୍ୟାଳୟର ଶିଳ୍ପୀମାନଙ୍କ ଦ୍ବାରା ଓଡ଼ିଶୀ ନୃତ୍ୟ ପରିବେଷଣ । ସେମାନଙ୍କର ପ୍ରଥମ ପ୍ରସ୍ତୁତି ଥିଲା ଶ୍ରୀକୃଷ୍ଣ ଓ ରାଧାଙ୍କ ରାସଲୀଳା ଉପରେ ଆଧାରିତ ଓଡ଼ିଶୀ ଓ ମଣିପୁରୀ ନୃତ୍ୟର ସମିଶ୍ରଣ ରାସ । ଯାହାର ନୃତ୍ୟ ସଂଯୋଜନା ଓ ନିର୍ଦ୍ଦେଶନା ଦେଇଥିଲେ ଆଲୋକା କାନୁନଗୋ ଏବଂ ସ୍ବର ସଂଯୋଜନା କରିଥିଲେ ରଞ୍ଜନ ମଜୁମଦାର, ସୁଖମୟା ଭଟ୍ଟାଚାର୍ଯ୍ୟ ଏବଂ ପଣ୍ଡିତ ଭୁବନେଶ୍ବର ମିଶ୍ର ।

????????????????????????????????????

ସଂଧ୍ୟାର ଦ୍ବିତୀୟ କାର୍ଯ୍ୟକ୍ରମ ଥିଲା କଥକ ନୃତ୍ୟ । ସୋନାରପୁର ନଦମ ଅନୁଷ୍ଠାନର କଳାକାରମାନଙ୍କ ଦ୍ବାରା ଶିବ ଓ କୃଷ୍ଣଙ୍କ ଜୀବନ ଶୈଳୀ ତଥା ଶ୍ରୀକୃଷ୍ଣ ଗୋପୀମାନଙ୍କ ସହିତ ରାସ ଲୀଳା ଓ ଶିବଙ୍କ ଶକ୍ତି ଓ କ୍ରୋଦ୍ଧର ସମିଶ୍ରଣ ନୃତ୍ୟକଥାକୁ ଶିଳ୍ପୀମାନେ ଅତିଚମତ୍କାର ଭାବରେ ପରିବେଷଣ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଯାହାର ନୃତ୍ୟ ଓ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ସନ୍ଦିପ ମଲ୍ଲିକ ।

ଅନ୍ତିମ ପରିବେଷଣ ଥିଲା ଖୋର୍ଦ୍ଧା ପାଇକ ଆଖଡ଼ା ଅନୁଷ୍ଠାନର କଳାକାରମାନଙ୍କ ଦ୍ବାରା ପାଇକ ନୃତ୍ୟ । ପାଇକମାନଙ୍କର ନିତିଦିନିଆ ଜୀବନ ଶୈଳୀ ସହିତ ପାଇକ ଆଖଡ଼ାର ବିଭିନ୍ନ ଅଙ୍ଗଭଙ୍ଗୀ, ଗତି ଓ ଅସ୍ତ୍ର ଚାଳନାକୁ ନେଇ ପାଇକ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ପ୍ରେକ୍ଷାଳୟରେ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।

????????????????????????????????????

ସଂଧ୍ୟାର ଅତିଥିମାନେ ଥିଲେ ବିଶିଷ୍ଟ ନୃତ୍ୟ ସମିକ୍ଷକ ଶ୍ରୀମତୀ ଲୀଳା ଭେଙ୍କଟରମଣ, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଗଗନ କୁମାର ଧଳ,  ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ନିତିନ ଭାନୁଦାସ ଜୱଲେ, ପର୍ଯ୍ୟଟନ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଉତ୍ପଳ କୁମାର ପତି ଏବଂ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ତଥା ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସମ୍ପାଦକ ଗୁରୁ ଅରୁଣା ମହାନ୍ତି । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସିନ୍ଧୁ ବ୍ରାଉନ୍ ଓ ଇଂ ଶ୍ରୀନିବାସ ଘଟୁଆରୀ ।

By Kedar Mishra

Kedar Mishra is the Editor of AMFNews.com.

Related Post