Sat. Mar 7th, 2026

ଦ୍ୱିତୀୟ ଦିନରେ ବି ମାର୍କେଟ କମ୍ପେକ୍ସ ଉଚ୍ଛେଦ ପ୍ରକ୍ରିୟା ଜାରି

148 Views

ପୁରୀ : ପୁରୀ ମୋଚିସାହି ମହୋଦଧି ମାର୍କେଟ କମ୍ପେକ୍ସ ଉଚ୍ଛେଦର ଆଜି ହେଉଛି ଦ୍ୱିତୀୟ ଦିନ। କାଲି ଦିନସାରା ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ଆଜି ସେଠାରେ ଥିବା ଅବଶିଷ୍ଟ ଦୋକାନକୁ ଭଙ୍ଗାଯାଉଛି।

ଗତକାଲି ମୋଚିସାହି ମହୋଦଧି ମାର୍କେଟ କମ୍ପେକ୍ସର ୫୮ଟି ଦୋକାନକୁ ବୁଲଡୋଜର ଲଗାଇ ଭଙ୍ଗିଥିଲା ପୁରୀ ପୌରସଂସ୍ଥା। ଆଜି ଆଉ କିଛି ବିପଦସଙ୍କୁଳ କୋଠା ଓ ଦୋକାନ ଘର ଭଙ୍ଗାଯିବ। ପୁରୀ ପୌରସଂସ୍ଥାର ଉଚ୍ଚ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଉଚ୍ଛେଦ କାମ ଆଗେଇ ଚାଲିଛି।

ପ୍ରଶାସନର ଉଚ୍ଛେଦକୁ ଦୋକାନୀମାନେ ସହଯୋଗ କରିଥିଲେ ମଧ୍ୟ ଥଇଥାନକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ପୁରୀ ପୌର ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଏହି ଉଚ୍ଛେଦ ସ୍ଥାନରେ ଏକ ପାର୍କିଂ ପ୍ଲେସ ସହ ତିନି ମହଲା ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବ।  ତେବେ କେଉଁ ସଂସ୍ଥା ତିଆରି କରିବ ସରକାରୀ ନା ବେସରକାରୀ ତାହା ଏର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

By amfnews

Related Post