Sun. Mar 8th, 2026

ଦ୍ଵିତୀୟ ଦିନରେ ବି ଉପାସରେ ରହିଲେ ଶ୍ରୀ ଲିଙ୍ଗରାଜ

287 Views

ଭୁବନେଶ୍ୱର: ଆଜି ବି ଉପାସରେ ରହିପାରନ୍ତି ପ୍ରଭୁ ଶ୍ରୀ ଲିଙ୍ଗରାଜ | ଆଜି ମଧ୍ୟ କୌଣସି ନୀତିକାନ୍ତି ହୋଇପାରିନାହିଁ | ଜବରଦଖଲରେ ଥିବା ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ବହୁ ମୂଲ୍ୟବାନ ଜମିକୁ ଫେରାଇ ଆଣିବା ପାଇଁ ପ୍ରଶାସନ କିଛି ପଦକ୍ଷେପ ନେଉନଥିବା ଅଭିଯୋଗ କରି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଆଜି ମଧ୍ୟ ନୀତି କରିନାହାନ୍ତି। ଜମିର ମାଲିକାନାକୁ ନେଇ ଗତକାଲିଠାରୁ ବିବାଦ ଏମିତି ଉଗ୍ର ରୂପ ନେଇଛି ଯେ, ପ୍ରଭୁ ଲିଙ୍ଗରାଜଙ୍କୁ ଦିନତମାମ୍ ଖାଡ଼ା ଉପାସରେ ରଖାଯାଇଥିଲା ।

ଶ୍ରୀ ଲିଙ୍ଗରାଜ ମନ୍ଦିର ପ୍ରଶାସନର ଅପାରଗତାର ଫାଇଦା ନେଇ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ଗତକାଲି ଶ୍ରୀ ଲିଙ୍ଗରାଜଙ୍କ ସବୁ ନୀତିକାନ୍ତି ବନ୍ଦ କରିଦେଇଥିଲେ ହେଁ ପ୍ରଶାସନ କେବଳ ନିରବଦ୍ରଷ୍ଟା ସାଜିଛି। ଏଠାରେ ସୂଚନା ଥାଉ କି ଭୁବନେଶ୍ୱରର ଲିଙ୍ଗରାଜ ମହାପ୍ରଭୁଙ୍କ ନୂଆଗାଁ ଗଙ୍ଗୁଆ ନଦୀ କୂଳରେ ଥିବା ପ୍ରାୟ ୫୦ କୋଟି ଟଙ୍କାର ଜମିରେ ଜବରଦଖଲ ଏବଂ ଏଠାରେ ଦୋକାନଘର ନିର୍ମାଣକୁ ବିରୋଧ କରି ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ମନ୍ଦିର ନୀତିରେ ଅସହଯୋଗ କରୁଛନ୍ତି ।ଯାହାଫଳରେ ଲିଙ୍ଗରାଜଙ୍କ ନିକଟରେ ହେବାକୁ ଥିବା ରୋଷ ହୋମ ନୀତି ବନ୍ଦ ରହିଛି । ଗତକାଲି ସକାଳଠାରୁ ଏଯାଏଁ ନୀତିକାନ୍ତି ବନ୍ଦ ରହିଛି । ଏଥିଲାଗି ଲିଙ୍ଗରାଜ ମହାପ୍ରଭୁ ଆଜି ମଧ୍ୟ ଉପବାସରେ ଅଛନ୍ତି।

By amfnews

Related Post