Sat. Nov 23rd, 2024

ଦୋଷୀ କୁ ଫାଶି ଦଣ୍ଡ ଦିଆଯାଉ : ପୁଷ୍ପଲତାଙ୍କ ମା’

By amfnews Feb 12, 2021 #Featured
190 Views

ଭୁବନେଶ୍ୱର, ଫେବୃଆରୀ ୧୨ : ଭୁବନେଶ୍ୱର ଦାସପୁର ଅଞ୍ଚଳରୁ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ମୃତ୍ୟୁ ରହସ୍ୟର ପର୍ଦ୍ଦାଫାଶ ହୋଇଛି । ଏହି ମାମଲାରେ ଦୁଇ ଜଣଙ୍କୁ କମିଶନରେଟ୍ ପୋଲିସ୍ ଗିରଫ କରି ଆଜି କୋର୍ଟ ଚାଲାଣ କରିବାକୁ ଯାଉଛି ।

ତେବେ ପରକୀୟା ପ୍ରୀତିରୁ ଏଭଳି ବିଭତ୍ସ ହତ୍ୟା କାଣ୍ଡ ହୋଇଛି ବୋଲି ଗତ କାଲି କମିଶନରେଟ୍ ପୋଲିସ୍ ପକ୍ଷରୁ ପ୍ରେସ୍ ମିଟ୍ କରି ସୂଚନା ଦିଆଯାଇଥିବା ବେଳେ ଆଜି ମୃତ ମହିଳା ପୁଷ୍ପଲତାଙ୍କ ମା’ ମୀନତି ବାରିକଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇଛି ।

 କିଛି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ ମୀନତି କହିଛନ୍ତି ଯେ ଦୋଷୀ କୁ କଠୋର ରୁ କଠୋର ଦଣ୍ଡ ଦିଆଯାଉ । ମୋ ଝିଅର ହତ୍ୟାକାରୀଙ୍କୁ ଫାଶି ଦଣ୍ଡ ଦିଆଯାଉ ବୋଲି ପୁଷ୍ପଲତାଙ୍କ ମା’ କହିଛନ୍ତି ।

ଝିଅକୁ ମନା କରିବା ସତ୍ତ୍ୱେ ଝିଅ ଦ୍ୱିତୀୟ ବିବାହ କରିଥିଲା ଏବଂ ଅନ୍ୟପଟେ ଅଭିଯୁକ୍ତ ସଂଞ୍ଜୟ ସହିତ ସମ୍ପର୍କ ରଖିଥିଲା । ସଂଞ୍ଜୟ ପୁଷ୍ପଲତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିଲା ବୋଲି ପୁଷ୍ପଲତାଙ୍କ ମା’ ଅଭିଯୋଗ କରିଛନ୍ତି ।

By amfnews

Related Post