Fri. Jan 10th, 2025

ଦୋଷୀଙ୍କୁ ଫାଶୀ ହେବ କେବେ: ନିର୍ଭୟାଙ୍କ ପିତା

By amfnews Dec 16, 2018 #Featured
296 Views

ନୂଆଦିଲ୍ଲୀ, ଡିସେମ୍ବର ୧୬ : ନିର୍ଭୟା କାଣ୍ଡକୁ ଆଜି ୬ ବର୍ଷ ପୂରିଛି କିନ୍ତୁ ଦୋଷୀକୁ କେବେ ଫାଶୀ ହେବ, ଏହି ପ୍ରଶ୍ନ ଏବେବି ଉଙ୍କି ମାରୁଛି ।  ନର୍ଭୟାଙ୍କ ପିତା କୁହନ୍ତି, ରିଭ୍ୟୁ ପିଟିସନ ଖାରଜ ହେବା ପାରେ ଏପର୍ଯ୍ୟନ୍ତ କ୍ୟୁରେଟିଭ ପିଟିଶନ ଦାଖଲ ହୋଇ ନାହିଁ । ସେହିଭଳି ଦୟା ଆବେଦନ ମଧ୍ୟ ଦାଖଲ କରାଯାଇ ନାହି । ଏହି ତଥ୍ୟକୁ ନେଇ ସେ ଅନ୍ଧାର ଭିତରେ ବୁଡି ରହିଛନ୍ତି, ନର୍ଭୟା କାଣ୍ଡରେ ସଂଶ୍ଲିଷ୍ଟ ଦୋଷୀଙ୍କୁ କେବେ ଫାଶୀ ମିଳିବ । 

ଆଇନଗତ ସୂଚନା ଅନୁସାରେ ଏପର୍ଯ୍ୟନ୍ତ କ୍ୟୁରେଟିଭ ପିଟିଶନ ଏବଂ ମର୍ସି ପିଟସନ ଦାଖଲ କରିବାର ଆଉନଗତ ଉପଚାର ବାକି ଅଛି । ମାମଲାରେ ୪ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡ ମିଳି ସାରିଛି ଏବଂ ୩ଜଣଙ୍କ ରିଭ୍ୟୁ ପିଟିସନ ଖାରଜ ହୋଇ ସାରିଛି । ସେହିପରି ୪ର୍ଥ ବ୍ୟକ୍ତି ଅକ୍ଷୟଙ୍କ ତରଫରୁ ରିଭ୍ୟୁ ପିଟିସନ ଦାଖଲ କରାଯାଇ ନାହିଁ । ଦୋଷୀଙ୍କ ଓକିଲ କହିଛନ୍ତି, ସେ ରିଭ୍ୟୁ ପିଟିସନ ଦାଖଲ କରିବେ । ଏପର୍ଯ୍ୟନ୍ତ ଦୋଷୀ ନିଜକୁ ଜୁଭେନାଇଲ ଘୋଷିତ କରିବା ନେଇ କୋର୍ଟଙ୍କ ନିକଟରେ ଆବେଦନ କରିଛି । ଏହି ଘଟଣାକୁ ନେଇ ମାମଲା କୋର୍ଟରେ ଅଟକି ରହିଛି । ଅନ୍ୟପକ୍ଷରେ ଦୋଷୀମାନଙ୍କୁ ଶୀଘ୍ର ଫାଶୀ ମିଳୁ ନଥିବାରୁ ନିର୍ଭୟାଙ୍କ ଅଭିଭାବକ ବ୍ୟସ୍ତ ହୋଇପଡ଼ିଛନ୍ତି ।

ଚଳିତ ବର୍ଷ ଜୁଲାଇ ୯ରେ ସୁପ୍ରିମକୋର୍ଟ ୩ଜଣ ଦୋଷୀଙ୍କ ରିଭ୍ୟୁ ପିଟିସନକୁ ଖାରଜ କରି ସେମାନଙ୍କ ଫାଶୀ ଦଣ୍ଡାଦେଶକୁ କାୟମ ରଖିଥିଲେ । ସୁପ୍ରିମକୋର୍ଟ ଚଳିତ ବର୍ଷ ମେ’ ମାସରେ ପବନ, ବିନୟ ଏବଂ ମୁକେଶଙ୍କ ରିଭ୍ୟୁ ପିଟିଶନ ଉପରେ ଶୁଣାଣି ପରେ ରାୟ ସୁରକ୍ଷିତ ରଖିଥିଲେ । ଅକ୍ଷୟଙ୍କ ତରଫରୁ ରିଭ୍ୟୁ ପିଟିଶନ ଦାଖଲ କରାଯାଇ ନଥିଲା । ଅକ୍ଷୟଙ୍କ ଓକିଲ ଏପି ସିଂହ କହିଛନ୍ତି, ଅକ୍ଷୟଙ୍କ ତରଫରୁ ରିଭ୍ୟୁ ପିଟିସନ ଦାଖଲ କରାଯିବ । ଅକ୍ଷୟଙ୍କୁ ଜୁଭେନାଇଲ ଘୋଷିତ କରିବା ପାଇଁ ସେ ନିମ୍ନ ଅଦାଲତରେ ଆବେଦନ କରିଛନ୍ତି, ଯାହା କି ବିଚାରାଧିନ ରହିଛି ।

 

By amfnews

Related Post