Sun. Nov 24th, 2024

ଦୋକାନ ତାଲା ଭାଙ୍ଗି କମ୍ପ୍ୟୁଟର, ପ୍ରିଣ୍ଟର ଓ ମୋବାଇଲ୍ ଚୋରି

By amfnews Aug 25, 2018 #Featured
134 Views

ରାଉରକେଲା, ୨୫ା୮(): ସେକ୍ଟର-୬ ଏଚ୍ ବ୍ଲକ୍ ମାର୍କେଟରେ ଥିବା ଏକ ଦୋକାନର ତାଲା ଭାଙ୍ଗି ଚୋରମାନେ କମ୍ପ୍ୟୁଟର, ପ୍ରିଣ୍ଟର ଓ ମୋବାଇଲ୍ ଚୋରି କରିନେଇଥିବା ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ଘଟଣାର ତଦନ୍ତ କରୁଛି । ସେକ୍ଟର-୬ ଏଚ୍ ବ୍ଲକ୍ ମାର୍କେଟରେ ଡିକେ ଇଲେକ୍ଟ୍ରୋନିକ୍ସ ଦୋକାନ ରହିଛି । ଦୋକାନ ମାଲିକ ଘରକୁ ରାତିରେ ଦୋକାନ ବନ୍ଦ କରି ଚାଲିଯାଇଥିଲେ ।

ସକାଳୁ ଦୋକାନକୁ ଆସିବା ପରେ ତାଲା ଭଙ୍ଗାଯାଇଥିବା ଜାଣିପାରିଥିଲେ । ଚୋରମାନେ ଦୋକାନରୁ କମ୍ପ୍ୟୁଟର, ପ୍ରିଣ୍ଟର, ୩ଟି ମୋବାଇଲ୍ ଓ ଚାର୍ଜର ନେଇଯାଇଥିବା ଅଭିଯୋଗ ହୋଇଛି । ସେକ୍ଟର-୭ ପୁଲିସ୍ ଘଟଣାର ତଦନ୍ତ କରୁଛି ।

By amfnews

Related Post