Mon. Dec 23rd, 2024

ଦୈନିକ ୮୦ ଟଙ୍କା ପୁଂଜି ନିବେଶରେ ମିଳିବ ୨୮ ହଜାର ଟଙ୍କା ପେନ୍‌ସନ୍‌, ଜାଣନ୍ତୁ ଏଲଆଇସିର ପଲିସି

By amfnews Oct 3, 2020 #Featured
140 Views

ନୂଆଦିଲ୍ଲୀ, ଅକ୍ଟୋବର ୦୩ : ଲାଇଫ ଇନସ୍ୟୁରେନ୍ସ କର୍ପୋରେଶନ (ଏଲଆଇସି) ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଂଜି ନିବେଶ କରିବାରେ ଏକ ଭଲ କଂପାନୀ ଭାବେ ଗ୍ରହଣ କରାଯାଇଥାଏ । ଜୀବନ ସୁରକ୍ଷାକୁ ନେଇ ଅବସରପ୍ରାପ୍ତ ସମୟ ପର୍ଯ୍ୟନ୍ତ ଯୋଜନାରେ ଏଲଆଇସିର ଭଡ଼ ଭୂମିକା ରହିଥାଏ । ଏଲଆଇସି ଜୀବନ ଆନନ୍ଦ ପଲିସି ଜରିଆରେ ଆପଣ ଦିନକୁ ୮୦ ଟଙ୍କା ପୁଂଜି ନିବେଶ କରି ମାସକୁ ୨୮ ହଜାର ଟଙ୍କା ପାଇପାରିବେ ।

ଏହି ପଲିସିରେ ନିବେଶ କରିବା ଲାଗି ବୟସ ୨୮ ବର୍ଷ ହେବା ଦରକାର । ଏହି ପ୍ଲାନ ୨୫ ବର୍ଷ ପାଇଁ । ବୋନଓ ସୁବିଧା, ଲିକ୍ୱିଡିଟି ଓ ନିବେଶ ହିସାବରେ ଏଲଆଇସି ଭଲ ପଲିସି ମଧ୍ୟରେ ଏକ । ଏହି ପଲିସି ଅଧିନରେ ଅତିକମରେ ୧ ଲକ୍ଷ ଟଙ୍କା ନିବେଶ କରିହେବ । ସର୍ବାଧିକ ପାଇଁ ସୀମା ନାହିଁ । ଯଦି ଜଣେ ବ୍ୟକ୍ତି ୩୫ ବର୍ଷ ପାଇଁ ୨୫ ବର୍ଷ ବୟସରେ ନିବେଶ କରିବାକୁ ଚାହିଁବେ ପ୍ରଥମ ବର୍ଷ ୪.୫ ପ୍ରତିଶତ ଟ୍ୟାକ୍ସ ସହିତ ପ୍ରିମିୟମ ଦେବାକୁ ହେବ । ଏହା ୨୯ ହଜାର ୫୫୫ ଟଙ୍କା ହେବ । ଅଧିକ ଜାଣିବା ପାଇଁ ଏଲଆଇସିର ୱେବସାଇଟକୁ ଯାଇ ପ୍ଲାନରେ କ୍ଲିକ କରନ୍ତୁ ।

 

By amfnews

Related Post