224 Views
ନୂଆଦିଲ୍ଲୀ, ଅଗଷ୍ଟ ୩୧ : ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ୍ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀଙ୍କର ଦିଲ୍ଲୀସ୍ଥିତ ଏକ ଡାକ୍ତରଖାନାରେ ଆଜି ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା । ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିବା ନେଇ ତାଙ୍କ ପୁତ୍ର ଅଭିଜିତ୍ ମୁଖାର୍ଜ୍ଜୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏହା ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ପ୍ରଣବ ମୁଖାର୍ଜୀଙ୍କ ନିଧନରେ ପୂରା ଦେଶ ଦୁଃଖି। ସେ ଜଣେ ଷ୍ଟେଟ୍ସମ୍ୟାନ ଥିଲେ। ସେ ରାଜନୈତିକ କ୍ଷେତ୍ର ଓ ସାମାଜିକ କ୍ଷେତ୍ରର ସବୁ ବର୍ଗର ସେବା କରିଛନ୍ତି। ପ୍ରଣବ ମୁଖାର୍ଜୀ ନିଜର ରାଜନୈତିକ କ୍ୟାରିୟରରେ ଆର୍ଥିକ ଓ ସାମରିକ କ୍ଷେତ୍ରରେ ଯୋଗଦାନ ଦେଇଛନ୍ତି। ସେ ଜଣେ ଭଲ ସାଂସଦ ଥିଲେ, ଯିଏ ପୂରା ପ୍ରସ୍ତୁତି ସହ ଉତ୍ତର ରଖୁଥିଲେ ।