Tue. Dec 24th, 2024

ଦେଶରେ ରେକର୍ଡ ଭାଙ୍ଗୁଛି ମହାମାରୀ କରୋନା

By amfnews Aug 22, 2020 #Featured
177 Views

ନୂଆଦିଲ୍ଲୀ, ଅଗଷ୍ଟ ୧୮  :  ସାରା ବିଶ୍ୱରେ ମହାମାରୀ କରୋନାର ଆତଙ୍କ ଜାରି ରହିଛି । ଭାରତରେ ମଧ୍ୟ ଖୁବ ଭୟଙ୍କର ଭାବେ ବଢିବାରେ ଲାଗିଛି ମହାମାରୀ କରୋନା ପ୍ରକୋପ । କ୍ରମାଗତ ତୃତୀୟ ଦିନ ପାଇଁ ଦେଶରେ ମହାମାରୀ କରୋନା ରୋଗୀଙ୍କ ସଂଖ୍ୟାରେ ଦୃତ ଅଭିବୃଦ୍ଧି ଘଟିଛି । ଶନିବାର ଦିନ, ଭାରତରେ 69,877 ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥି ସହିତ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ପ୍ରାୟ 30 ଲକ୍ଷ ପାଖା ପାଖି ପହଁଞ୍ଚିଛି । କିନ୍ତୁ ଏହା ମଧ୍ୟରେ ଏକ ଆଶ୍ୱାସନାର ବିଷୟ ହେଉଛି ଯେ ସଂକ୍ରମଣରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା 22 ଲକ୍ଷ ଅତିକ୍ରମ କରିଛି ।

ଶନିବାର ସକାଳ ସୁଦ୍ଧା ମିଳିଥିବା ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 945 ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଏହା ସହ ମୃତ୍ୟୁ ସଂଖ୍ୟା 55,794 କୁ ବୃଦ୍ଧି ପାଇଛି । ଦେଶରେ ସଂକ୍ରମଣ ମାମଲା 29,75,701 କୁ ବୃଦ୍ଧି ପାଇଛି, ସେଥିମଧ୍ୟରୁ 6,97,330 ଲୋକ ଚିକିତ୍ସିତ ହେଉଛନ୍ତି ଏବଂ 22,22,577 ଲୋକ ଚିକିତ୍ସା ପରେ ଏହି ରୋଗରୁ ମୁକ୍ତି ପାଇଛନ୍ତି।

By amfnews

Related Post