Tue. Dec 24th, 2024

ଦେଶରେ ଦିନକରେ ୭୯ ହଜାର କରୋନା ସଂକ୍ରମିତ, ୭ ଦିନିଆ ରିପୋର୍ଟରେ ଆମେରିକାକୁ ଟପିଲା ଭାରତ

By amfnews Aug 30, 2020 #Featured
145 Views

ନୂଆଦିଲ୍ଲୀ, ଅଗଷ୍ଟ ୩୦ : କରୋନା ଭାଇରସ ମହାମାରୀ ଭାରତରେ ବ୍ୟାପକ ରୂପ ନେଇଛି । ଦେଶରେ ଶନିବାର ପାଖାପାଖି ୭୯ ହଜାର ନୂଆ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏହା ସର୍ବାଧିକ ଆକ୍ରାନ୍ତ । ଏଥି ସହିତ ଦେଶରେ କରୋନା ପଜିଟିଭ ସଂଖ୍ୟା ୩୫ ହଜାର ଅତିକ୍ରମ କରିସାରିଛି । ବିଗତ ଏକ ସପ୍ତାହ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଢେର ଗୁଣ ବଢ଼ିଛି ।

ଦେଶରେ ବିଗତ ୭ ଦିନ ମଧ୍ୟରେ ୪ ଲକ୍ଷ ୯୬ ହଜାର ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହିଭଳି ଭାବରେ ଯଦି ଦେଖିବା ୭ ଦିନରେ ହାରାହାରି ୭୦ ହଜାର ୮୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ବିଶ୍ୱରେ ୭ ଦିନ ମଧ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ତାଲିକାରେ ରେକର୍ଡ କୁହାଯିବ । ଜୁଲାଇ ମଧ୍ୟକାଳୀନ ସମୟରେ ଆମେରିକାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ତୁଳନାରେ ମଧ୍ୟ ଏହା ଅଧିକ । କୌଣସି ଏକ ରାଜ୍ୟର କଥା ଯଦି ଚିନ୍ତା କରିବା, ତା’ହେଲେ ଶନିବାର ମହାରାଷ୍ଟ୍ରରେ ୧୬ ହଜାର ୮୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ଅଗଷ୍ଟ ମାସରେ ଗୋଟିଏ ଦିନରେ ସର୍ବାଧିକ । ପୂର୍ବରୁ ମହାରାଷ୍ଟ୍ରରେ ଗୋଟିଏ ଦିନରେ ୧୪ ହଜାର ୮୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଆନ୍ଧ୍ରପ୍ରଦେଶରେ କ୍ରମାଗତ ଭାବେ ୪ର୍ଥ ଦିନରେ ୧୦ ହଜାର ୫୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କର୍ଣ୍ଣାଟକରେ ବିଗତ ୫ ଦିନ ମଧ୍ୟରେ ୮ ହଜାରରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାମିଲନାଡୁରେ ୬୩୫୨, ଉତ୍ତରପ୍ରଦେଶରେ ୫୬୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତାମିଲନାଡୁରେ ଜୁଲାଇ ୨୯ ତାରିଖରେ ପ୍ରଥମ ଥର ୬୦୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ରାଜ୍ୟରେ ଏବେ ପଜିଟିଭ ସଂଖ୍ୟା ବଢ଼ିଛି ।

By amfnews

Related Post