Wed. Nov 27th, 2024
309 Views

ନୂଆଦିଲ୍ଲୀ : ଦେଶରେ ଏବେ ବିମାନ ଇନ୍ଧନ ବା ଏଟିଏଫ (ଆଭିଏସନ ଟର୍ବାଇନ ଫୁଏଲ) ଦର ଏକ ସାଧାରଣ ବାଇକ ବା କାରରେ ପଡୁଥିବା ପେଟ୍ରୋଲଠାରୁ ଶସ୍ତା ହୋଇଯାଇଛି । ଅନ୍ତର୍ଜାତୀୟ ବଜାରରେ ତେଲଦର ହ୍ରାସ ପାଇବା ଫଳରେ ଦେଶରେ ଏଟିଏଫ ଦର ଏକାଥରକେ ୧୪.୭ ପ୍ରତିଶତ ହ୍ରାସ ପାଇଛି । ଏହି ହ୍ରାସ ଫଳରେ ଏଟିଏଫ ଦର କିଲୋଲିଟର ପିଛା ୯୯୦୦ ଟଙ୍କା ହ୍ରାସ ପାଇ ୫୮,୦୬୦ ଟଙ୍କାରେ ପହଞ୍ଚିଛି । ଗୋଟିଏ କିଲୋଲିଟର ଅର୍ଥ ହେଉଛି ୧୦୦୦ ଲିଟର ।

ଅର୍ଥାତ ଏଟିଏଫ ଲିଟର ଏବେ ୫୮ ଟଙ୍କାକୁ ହ୍ରାସ ପାଇଛି । ଅନ୍ୟପକ୍ଷରେ ଦେଶର ବିଭିନ୍ନ ରାଜ୍ୟରେ ଏବେ ପେଟ୍ରୋଲ ଓ ଡିଜେଲ ଦର ୭୦ ଟଙ୍କା ଆଖପାଖରେ ରହିଛି । ଗତ ଡିସେମ୍ବର ୧ରେ ମଧ୍ୟ ଏଟିଏଫ ଦର ପ୍ରାୟ ୧୦.୯ ପ୍ରତିଶତ ହ୍ରାସ ପାଇଥିଲା । ଏହା ଫଳରେ ଏଟିଏଫ ଦର ଗତ ଏକ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ଏହା ଦ୍ୱାରା ବିପୁଳ କ୍ଷତିରେ ଚାଲୁଥିବା ବିମାନସେବା କମ୍ପାନିମାନେ ଆଶ୍ୱସ୍ତ ହୋଇଛନ୍ତି । ଆହୁରି ମଧ୍ୟ ଏଟିଏପ ଦର କମିବା ଯୋଗୁଁ ବିମାନ ଭଡ଼ା ମଧ୍ୟ ଶସ୍ତା ହେବା ଆଶା କରାଯାଉଛି ।

By amfnews

Related Post