Mon. Nov 25th, 2024

ଦେଶବ୍ୟାପୀ ଆଗାମୀ ୩୪ ଦିନରେ ୧୬ କୋଟି ଅତିରିକ୍ତ ଯାତ୍ରୀଙ୍କୁ ଯାତ୍ରା କରାଇବ ରେଳବାଇ

By amfnews Oct 17, 2018 #Featured
130 Views

ନୂଆଦିଲ୍ଲୀ, ଅକ୍ଟୋବର ୧୭ : ପାର୍ବଣ ଅବସରରେ ଭାରତୀୟ ରେଳବାଇ ଚଳିତ ଅକ୍ଟୋବର ଓ ନଭେମ୍ବରରେ ୧୬ କୋଟି ଅତିରିକ୍ତ ଯାତ୍ରୀଙ୍କୁ ଯାତ୍ରା କରାଇବାକୁ ଲକ୍ଷ୍ୟ ରଖିଛି । ଏଥି ପାଇଁ ରେଳବାଇ କିଛି ମାସ ପୂର୍ବରୁ ପ୍ରସ୍ତୁତ ଶେଷ କରିଛି । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଦୈନିକ, ସାପ୍ତାହିକ ଓ ସପ୍ତାହରେ ୨ ଅଥବା ୩ ଦିନ ଚାଲୁଥିବା ଟ୍ରେନର ସମୟ ସୀମା ଅକ୍ଟୋବର ୧୫ରୁ ବଢ଼ାଇ ଦିଆଯାଇଛି । ଗତ ନଭେମ୍ବର ଠାରୁ ଏପର୍ଯ୍ୟନ୍ତ ଦେଶର ଅନେକ ସ୍ଥାନରେ ନୂଆ ଟ୍ରେନ ସେବା ଆରମ୍ଭ ହୋଇଯାଇଛି । ନୂଆ ରେଳସେବା ଦ୍ୱାରା ଦୈନିକ ୧୦ ଲକ୍ଷ ଯାତ୍ରୀ ଉପକୃତ ହେଉଛନ୍ତି ।

ରେଳବାଇର ସ୍ୱତନ୍ତ୍ର ଟ୍ରେନ ଯୋଗୁଁ କେବଳ ଯାତ୍ରୀଙ୍କୁ ସୁବିଧା ଓ ଆଶ୍ୱସ୍ତି ମିଳିବ ତାହା ନୁହେଁ, ବରଂ ସୁନିଶ୍ଚିତ ଟିକେଟ ମଧ୍ୟ ମିଳିଯିବ । ରେଳବାଇ ମୁତାବକ ପାର୍ବଣ ସମୟରେ ଅଧିକାଂଶ ଯାତ୍ରୀ ଦିଲ୍ଲୀରୁ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ଉତ୍ତର ପୂର୍ବ ଆଡକୁ ଯାତ୍ରା କରିଥାନ୍ତି । ଆଗାମୀ ନଭେମ୍ବର ୧୯ ପର୍ଯ୍ୟନ୍ତ ଦିଲ୍ଲୀରୁ ୬-୭ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଏହି ଟ୍ରେନଗୁଡ଼ିକ ଚଳାଚଳ କରିବ ।

ସେହିଭଳି ପଞ୍ଜାବ, ହରିୟାଣା, ଜମ୍ମୁ, ଉତ୍ତରାଖଣ୍ଡ ରାଜ୍ୟରୁ ମଧ୍ୟ ୨-୨ ଅତିରିକ୍ତ ଟ୍ରେନ ଚଳାଚଳ କରିବ । କିନ୍ତୁ ଅଧିକ ଭାବରେ ଦିଲ୍ଲୀରୁ ବିହାର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ଉତ୍ତର ପୂର୍ବ ଆଡକୁ ଟ୍ରେନ ଚାଲିବ । ପୁନେ, ଜୟପୁର, ଆଜମେର, ଇନ୍ଦୋର, ଭୋପାଳ, କଟନ ଭଳି ଅଞ୍ଚଳରୁ ୪ରୁ ୫ଟି ସ୍ୱତନ୍ତ୍ର ଟ୍ରେନ ଦୈନିକ ଚାଲିବ ।

ଦକ୍ଷିଣ ଭାରତରୁ ହାଇଦ୍ରାବାଦ, ସିକନ୍ଦରାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଠାରୁ ୪ରୁ ୫ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ । ରେଳବାଇ ଅଧିକାରୀଙ୍କ ମୁତାବକ ଯେଉଁ ରାଜ୍ୟର ଯାତ୍ରୀଙ୍କୁ ଅଧିକ ଆବଶ୍ୟକତା ରହୁଛି, ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ ପରିଚାଳନା କରାଯାଉଛି ।

 

By amfnews

Related Post