Sat. Nov 23rd, 2024

ଦେଶକୁ କରୋନା ମୁକ୍ତ ପାଇଁ ନିଆରା ବ୍ରତ

By amfnews Jul 28, 2020 #Featured
145 Views

ବୌଦ୍ଧ, ଜୁଲାଇ ୨୮ ; ଦେଶକୁ କରୋନା ମୁକ୍ତ ପାଇଁ ରାଜସ୍ଥାନରୁ ପୁରୀ ଯାତ୍ରା । ଗୁରୁଣ୍ଡି ଗୁରୁଣ୍ଡି ତୁଣ୍ଡରେ ମହାପ୍ରଭୁ ଜଗନ୍ନାଥଙ୍କ ନାମ ନେଇ ରାଜସ୍ଥାନରୁ ପୁରୀ ଯାତ୍ରା । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ । କରୋନା କବଳରୁ ଦେଶକୁ ରକ୍ଷା କରିବା ପାଇଁ ରାଜସ୍ଥାନ କରୋଲୀ ଜିଲ୍ଲାରୁ ରାମ ସିଂ ନାମକ ଜଣେ ଭକ୍ତ ୨୦୧୯ ନଭେମ୍ବର ମାସ ବାହାରିଛନ୍ତି । ମନରେ ଦୃଢ଼ ବିଶ୍ୱାସ ଯେ ସେ ପୁରୀ ପହଞ୍ଚିବେ । ଖାଲି ପାଦରେ ସେ ଚାଲୁଥିବା ବେଳେ ହାତରେ ଗୋଟିଏ ପଥର ଓ ଗୋଟିଏ ତକିଆ ରଖିଛନ୍ତି । ତକିଆକୁ ପ୍ରଥମେ ରାସ୍ତା ଉପରେ ପକାଇ ଶୋଇ ପଡୁଛନ୍ତି ଓ ପରେ ହାତରେ ଧରିଥିବା ପଥରକୁ ଆଗକୁ ଗଢେ଼ଇ ଦେଇ ପୁଣି ଉଠି ପଡୁଛନ୍ତି । ଦୀର୍ଘ ୯ ମାସର ଯାତ୍ରାରେ କେବଳ କରୋନା କଟକଣା ପାଇଁ ଛତିଶଗଡ଼ରେ ପୋଲିସ ଦ୍ୱାରା ମାଡ଼ ଖାଇଛନ୍ତି । ହେଲେ ବି ତାଙ୍କ ମାନବଳ ଭାଙ୍ଗି ନାହିଁ । ଜଗନ୍ନାଥଙ୍କ କୃପାରୁ ଓଡ଼ିଶାରେ ସେ ପ୍ରବେଶ କଲା ପରେ ତାଙ୍କ ଉପରେ କୌଣସି ପ୍ରକାର ବାଧାବିଘ୍ନ ଆସିନାହିଁ । ତେବେ ଆଉ ତିନି ମାସ ମଧ୍ୟରେ ପୁରୀରେ ପହଁଚିବେ ବୋଲି କହିଛନ୍ତି ସେ ।

By amfnews

Related Post