Tue. Dec 24th, 2024

ଦେବ ମଉସା; ପ୍ରଫେସର ଦେବ ପଟ୍ଟନାୟକ ସ୍ମୃତିଲିପି

By amfnews May 15, 2016 #Featured
305 Views

ପ୍ରଫେସର ଦେବ ପଟ୍ଟନାୟକ, ଏ ନାଁଟି ସହ ବୋଧେ କମ୍ ଲୋକ ପରିଚିତ । ତେବେ ଯେଉଁମାନେ ଷାଠିଏ ଦଶକରେ ରେଭେନ୍ସାର ଛାତ୍ର, ସେମାନେ ଜାଣନ୍ତି ଦେବ ପଟ୍ଟନାୟକଙ୍କ ପ୍ରତିଭା ଓ ବ୍ୟକ୍ତିତ୍ୱର ଉଜ୍ଜଳତା କେତେ ! ଇଂରାଜୀ କବିତାରେ ଅତ୍ୟନ୍ତ ପ୍ରଭାବଶାଳୀ ଭାରତୀୟ ଭାବରେ ତାଙ୍କର ଉଦୟ ହୋଇଥିଲା । ହେଲେ ହଠାତ୍ ସେ କବିତା ଲେଖା ବନ୍ଦ କରିଦେଲେ । କବିତାରୁ ତାଙ୍କର ଯାତ୍ରା ଅ ।ରମ୍ଭ ହୁଏ କଳାଜଗତକୁ । ଚିତ୍ରକଳା ଓ ବାସ୍ତୁକଳାର ଅଧ୍ୟୟନ ତଥା ସମୀକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ପ୍ରଚୁର । ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି ଲାଲମୋହନ ପଟ୍ଟନାୟକଙ୍କ ପୁଅ, କବି, ଅ ।ଲୋଚକ ଓ କଳାବିତ୍ ପ୍ରଫେସର ଦେବ ପଟ୍ଟନାୟକଙ୍କ ପ୍ରତି ଶ୍ରଦ୍ଧା ନିବେଦନ ପୂର୍ବକ ଏହି ବ୍ୟକ୍ତିଗତ ସ୍ମୃତିଲିପି ପ୍ରସ୍ତୁତ କରିଛନ୍ତି ପ୍ରଖ୍ୟାତ ଚିତ୍ରଶିଳ୍ପୀ ଓ କଥାକାର ରମାକାନ୍ତ ସାମନ୍ତରାୟ ।

ମୁଁ ଦିନେ ହଠାତ୍ ଦେଖିଲି ଗଲ୍ଫ ଟୋପି ପିନ୍ଧି ଦାନ୍ତରେ ପାଇପ୍ କାମୁଡ଼ି ଜଣେ ବୁଢା ଲୋକ ମୋ ଦାଣ୍ଡରେ ଟହଲ ମାରୁଛନ୍ତି । ମୋଟା ନିଶ, ଲମ୍ବା କଲି । ପତଳା ଗଢଣର ମଣିଷ । ପ୍ୟାଣ୍ଟ୍ ସାର୍ଟ ପିନ୍ଧିଲେ ବି ଷ୍ଟାଇଲ୍ ।
ଶୁଣିଲି ସେ ହେଉଛନ୍ତି ଦେବ ପଟ୍ଟନାୟକ । ସେ ଅ ।ମେରିକାରେ ରହୁଥିଲେ । ଏବେ ଏବେ ଇଣ୍ଡିଅ । ଫେରିଛନ୍ତି । ମୋ’ ଘରର ଗୋଟେ ଘର ଛାଡ଼ି ସେ ରହୁଥା’ନ୍ତି । ତାଙ୍କର ଦୁଇ ଭଉଣୀଙ୍କ ପାଖରେ । ସାଙ୍ଗରେ ପୁଅ ବି ଅ ।ସିଥାଏ ଇଣ୍ଡିଅ । ।
ମୋ ପୁଅ ସାଙ୍ଗରେ ହିଁ ସେ ପ୍ରଥମେ ବନ୍ଧୁତା ବାନ୍ଧିଲେ । ତା’ପରେ ମୁଁ ମିଶିଲି ।
ଧିରେ ଧିରେ ଅଳ୍ପ ଅଳ୍ପ ମିଶୁ ମିଶୁ ଅ ।ମେ ଭଲରେ ମିଶିଗଲୁ । ରାତିରେ ଖିଅ ।ପିଅ । ସରିଲା ପରେ ଅ ।ମେ ମୋ ଘର ସାମ୍ନାରେ ବସୁ । କୁଅ ।ଡୁ କେତେ କ’ଣ ଗପ । ସେ ଅନେକ ଲୋକଙ୍କ ଖବର ପଚାରୁଥିଲେ । ମୁଁ କେତେଜଣଙ୍କୁ ବ୍ୟକ୍ତିଗତ ଭାବରେ ଜାଣିଥିଲି । ଅ ।ଉ କେତେ ଜଣଙ୍କୁ ଦୂରରୁ ।
ଚିତ୍ରକଳା, ସାହିତ୍ୟ, ଚଳଚ୍ଚିତ୍ର ସବୁଥିରେ ସେ ସବ ଜାନତା ଥିଲେ । ଅଣ୍ଡି ୱାରହଲ୍, ଡକୁନି ଅ ।ଦି ଚିତ୍ରଶିଳ୍ପୀଙ୍କୁ ସେ ବ୍ୟକ୍ତିଗତ ଭାବରେ ଜାଣିଥିଲେ । ମୁଁ ତାଙ୍କୁ ଭାରତୀୟ ଚିତ୍ରକଳା ପ୍ରେକ୍ଷାପଟ୍ଟରେ ଓଡ଼ିଶାର କଳା ପରିସ୍ଥିତି ବୁଝାଉଥିଲି ।

FB_IMG_1463105520715
ଥରେ କହିଲେ ଚାଲ, ଭୁବନେଶ୍ୱରରେ କାମ କରୁଥିବା ୟଙ୍ଗ୍ ଅ ।ର୍ଟିଷ୍ଟ୍ମାନଙ୍କ ଷ୍ଟୁଡ଼ିଓ ବୁଲେଇ ଅ ।ଣ । ମୁଁ ତାଙ୍କୁ ଭୁବନେଶ୍ୱର ରାଷ୍ଟ୍ରୀୟ ଲଳିତକଳା କେନ୍ଦ୍ର ଠୁ ଅ ।ରମ୍ଭ କରି ମଡର୍ଣ୍ଣ ଅ ।ର୍ଟ ଗ୍ୟାଲେରୀ ଅ ।ଉ କିଛି ଯୁବ ଶିଳ୍ପୀଙ୍କ ଷ୍ଟୁଡ଼ିଓ ବୁଲେଇ ଅ ।ଣିଲି ।
ସେଦିନ ରାତିରେ କହିଲେ – ଅ ।ରେ ଗୋଟେ ବଡ଼ ଭୁଲ୍ କରିଦେଲି । ଓଡ଼ିଶାର କଣ୍ଟେମ୍ପରାରୀ ଅ ।ର୍ଟ ବିଷୟରେ କେହି କିଛି ଜାଣିନଥିବେ ଭାବି ମୁଁ ଅ ।ମେରିକାର ଅ ।ର୍ଟ ସମ୍ପର୍କରେ ଅନେକ ବହି ବିକିଦେଇ ଅ ।ସିଲି । ଅ ।ଣିଥିଲେ ତମ ମାନଙ୍କର କାମରେ ଲାଗିଥା’ନ୍ତା ।
ମୁଁ ତାଙ୍କୁ ମଉସା ଡାକୁଥିଲି । ମୋ ପୁଅ ବି ମଉସା ଡାକୁଥିଲା । ଧିରେ ଧିରେ ଭୁବନେଶ୍ୱରର ଯୁବ ଚିତ୍ରଶିଳ୍ପୀମାନେ ବି ତାଙ୍କୁ ମଉସା ଡାକିଲେ । ସେ ସମସ୍ତଙ୍କର ଦେବ ମଉସା ହେଇଗଲେ ।
ଭୁବନେଶ୍ୱର ସର୍ବୋଦୟ ସମିତି ତାଙ୍କୁ ଅନୁରୋଧ କଲେ ଯେ ଗାନ୍ଧୀ ଜୟନ୍ତୀରେ କିଛି ଗୋଟେ କରିବା ପାଇଁ । ଦେବ ମଉସା ମୋତେ ଡାକି କହିଲେ ଚାଲ୍ ଗୋଟେ ଚିତ୍ର ପ୍ରଦର୍ଶନୀ କରିବା । ଦଶ ଜଣ ଚିତ୍ରଶିଳ୍ପୀଙ୍କୁ ନେଇ ଭୁବନେଶ୍ୱରର ରାଷ୍ଟ୍ରୀୟ ଲଳିତ କଳା କେନ୍ଦ୍ରରେ ୨୦୦୭ ଜାନୁଅ ।ରୀ – ୩୦ରୁ ଫେବୃଅ ।ରୀ -୪ ପର୍ଯ୍ୟନ୍ତ tribute ଟୂ Bapuji ନାମରେ ପ୍ରଦର୍ଶନୀ ହେଲା । ଦେବ ମଉସା ପ୍ରଥମ ପଥର ପାଇଁ ଓଡ଼ିଅ । ଅ ।ର୍ଟିଷ୍ଟମାନଙ୍କୁ ନେଇ ଏକ ଚିତ୍ର ପ୍ରଦର୍ଶନୀ କ୍ୟୁ ରେଟ୍ କଲେ ।
ମଉସା ସବୁବେଳେ ଛୋଟ ପିଲା ପରି ତାଙ୍କର ଦୁଇ ବଡ଼ଭଉଣୀଙ୍କୁ ଚିଡ଼ାନ୍ତି । ସେମାନେ ବି ମୋତେ ଏକୁଟିଅ । ପାଇଲେ ମଉସାଙ୍କ ବିରୁଦ୍ଧରେ ସ୍ନେହମିଶା ଅଭିଯୋଗ ବାଢନ୍ତି । ଥରେ ମୁଁ ଖରାବେଳେ ଫେରୁଥାଏ । ଦୁଇ ମାଉସୀ ଦାଣ୍ଡ ପିଣ୍ଢାରେ ଦିଇଟା ଚେୟାର ପକେଇ ବସିଥା’ନ୍ତି । ମୋତେ ଦେଖି ବଡ଼ପାଟିରେ ଡାକ ପକେଇଲେ । କହିଲେ ଏଇଠିକି ଅ ।, ଅ ।ଉ ଶୁଣ୍ ତୋ ମଉସାଙ୍କ ଗୁଣ । ମୁଁ କଥା କଣ ପଚାରିଲାରୁ କହିଲେ – ଚୁପଚାପ ବସ । ବଳେ ଜାଣିବୁ । ମୁଁ ବାଧ୍ୟ ହୋଇ ସେଇଠି ବସିଲି । ଠିକ୍ ଦଶ ମିନିଟ୍ ପରେ ମଉସା ତାଙ୍କ ହୋଣ୍ଡା ସିଟିରେ ଫେରିଲେ । ଡ୍ରାଇଭର ପାଖରେ ବସିଥାନ୍ତି । ମୁଁ କିଛି ବୁଝିପାରୁନଥାଏ । ମଉସା ଗାଡ଼ିରୁ ଓହ୍ଲେଇଲା ପରେ ଜାଣିଲି ଘଟଣା କଣ । ପ୍ରକୃତରେ ମଉସା ଗୋଟେ ଖଦଡ଼ ପଞ୍ଜାବୀ ସାଙ୍ଗରେ ଗୋଟେ ଅ ।ଣ୍ଠୁ ଲୁଚୁନଥିବା କରିଅ । ଗାମୁଛା ପିନ୍ଧି କାର ର୍ରେ ବସି କୁଅ ।ଡ଼େ ଯାଇଥିଲେ ।
ମଉସା ସବୁବେଳେ କହୁଥିଲେ ଗୋଟେ ନୂଅ । ଘର କିଣିବେ । ତାଙ୍କର ବହି ଓ ଛବି ସବୁ ପେଟିରେ ପଶି ଅଛି । ଏ ଛୋଟିଅ । ଘରେ ସେସବୁ ଖୋଲି ପାରିବେନି । ତା’ପରେ ଝାରପଡ଼ାରେ ଘର ବୁକ୍ କଲେ । ମୋତେ ଥରେ ନେଇ ଘର ଦେଖେଇ ଅ ।ଣିଲେ ।
ଘର ମିଳିବା ଅ ।ଗରୁ ହଠାତ୍ ଅସୁସ୍ଥ ହୋଇ ପଡ଼ିଲେ । ଜଣାପଡ଼ିଲା କ୍ୟାନସର୍ । ମୁଁ ବି ସେତିକିବେଳେ ବରୋଦା ବାହାରିଗଲି । ମଝିରେ ମଝିରେ ମୁଁ ଅ ।ସିଲେ ଦେଖା ହେଉଥିଲା । କେମା ନେଲାରୁ ଅ ।ହୁରି ଦୁର୍ବଳ ହୋଇଗଲେ । ମୋର ଗୋଟେ ଥ୍ରିମ୍ୟାନ୍ ସୋ’ ବମ୍ବେର ହୋଇଥାଏ । ମୋର ଇଚ୍ଛା ଥାଏ ମଉସା କ୍ୟାଟଲଗ ଲେଖନ୍ତୁ ବୋଲି । ଅଥଚ ସେ ଯେ ଅସୁସ୍ଥ । ତଥାପି ବମ୍ବେରୁ ଫୋନ୍ କଲି । ସେ ଖୁସି ହେଲେ ମୋ ପ୍ରଦର୍ଶନୀ ହେବ ଶୁଣି । କହିଲେ ଛବିମାନଙ୍କର ଇମେଜ୍ ନେଇକି ଅ ।’ ମୁଁ କ୍ୟାଟଲଗ୍ ଲେଖବି । ମୁଁ ଭୁବନେଶ୍ୱର ଅ ।ସିଲି । ସେ ଅଳ୍ପ ଟିକେ ଡାକି ହାଲିଅ । ହେଇଯାଉଥା’ନ୍ତି । ମୁଁ ପୁଣି ପରଦିନ ଯାଉଥାଏ । ପୁରା ସପ୍ତାହ ଲାଗିଲା ଲେଖା ପାଇଁ ।
ଧିରେ ଧିରେ ସେ ସୁସ୍ଥ ହେଉଥାନ୍ତି । ମୁଁ ବରୋଦା ଛାଡ଼ି ଭୁବନେଶ୍ୱର ଫେରିଲାବେଳକୁ ସେ ନୂଅ । ଘରକୁ ପଳେଇଥା’ନ୍ତି । ମନ ଇଚ୍ଛାରେ ସଜେଇଥା’ନ୍ତି ଘର । ପିକାଶୋ, ଲିଚେନ୍ଷ୍ଟାଇନ୍ଙ୍କ ଏଡିସନ୍ କାମ ଥାଏ ତାଙ୍କ ପାଖରେ । ଅ ।ଲେକ୍ଜାଣ୍ଡର୍ କାଲ୍ରୋଙ୍କ ହ୍ୟାଙ୍ଗିକ୍ ସ୍କଲପରଟି । ଅ ।ହୁରି ଗୁଡ଼େ ପ୍ରିଣ୍ଟ । ଅନେକ ଫଟୋଗ୍ରାଫର୍ ଏଡିସନ୍ । ବହୁତ ଗୁଡ଼େ ବହିବି । ଏବେ ସେମାନଙ୍କର ଭବିଷ୍ୟତ କ’ଣ ହେବ ମୁଁ ଜାଣିନି ।
ଥରେ ମଉସା ମୋତେ ପଚାରିଲେ ଓଡ଼ିଅ । ଅ ।ର୍ଟିଷ୍ଟ ମାନଙ୍କର କ’ଣ କ’ଣ ଅସୁବିଧା କହିଲୁ । ମୁଁ କହିଲି ଅ ।ମମାନଙ୍କ ଉପରେ ଲେଖାଲେଖି କରିବାକୁ କେହିନାହାଁନ୍ତି । ବୌଦ୍ଧିକ ଭାବରେ ସାହାଯ୍ୟ କରିବାକୁ କେହି ନାହାଁନ୍ତି । କାମ କରିବାକୁ ଯାଗା ବି ନାହିଁ । କିଛିଦିନ ପରେ ସେ ବି ତାଙ୍କର ଯୋଜନା ଜଣାଇଲେ । ମଉସା ମୁଁ ଅ ।ଉ ତାଙ୍କ ଡ୍ରାଇଭର ଲୁଲୁ ଭୁବନେଶ୍ୱରରୁ ପିପିଲି ଭିିତରେ କେତେଗୁଡ଼େ ଯାଗା ଦେଖିଲୁ । ମଉସାଙ୍କ ଇଚ୍ଛା ଥାଏ ସେ ଗୋଟେ ବଡ଼ ଯାଗା କିଣିବେ ଓ ସେଠି ଛୋଟ ଛୋଟ ଗୁଡ଼ାଏ ଷ୍ଟୁଡ଼ିଓ ସ୍ପେସ୍ ରହିବ । ଯେଉଁଠି ଏକାଥରରେ ଦଶଜଣ ଓଡ଼ିଅ । ଶିଳ୍ପୀ କାମ କରିପାରିବେ । ଏକ ଶିଳ୍ପୀ ଗ୍ରାମର ରୂପରେଖ ସେ ତିଅ ।ରିଥିଲେ । ଲାଇବ୍ରେରୀ ରହିବ । ଅ ।ମ୍ପି ଥିଏଟର ରହିବ । ପ୍ରଦର୍ଶନୀ ଘର ବି ରହିବ । ବିଭିନ୍ନ କାରଣରୁ ଅ ।ମକୁ ମନପସନ୍ଦର ଯାଗା ଖଣ୍ଡେ ମିଳୁନଥିଲା । ଅ ।ଉ ଗୋଟେ ଯୋଜନା ବି କରିଥାଉ ବି କେତେଜଣ ଓଡ଼ିଅ । ଶିଳ୍ପୀଙ୍କ ଉପରେ ଖଣ୍ଡେ ଭଲ ବହି ପ୍ରକାଶ କରିବାକୁ । ସେ ଇଂରାଜୀରେ ଓ ମୁଁ ଓଡ଼ିଅ ।ରେ ଲେଖିଥାନ୍ତୁ । କାହା କାହା ଉପରେ ଲେଖାହେବ, ତାର ତାଲିକା ବି ଠିକ୍ ହୋଇସାରିଥାଏ ।
ଠିକ୍ ସେତିକିବେଳେ ପୁଣିଥରେ ଅସୁସ୍ଥ ହେଲେ ସେ । ରାତିରେ ନିଦ ହେଲାନି । ସବୁବେଳେ କାଶ ଲାଗିରହିଲା । ଜଗନ୍ନାଥ ପଣ୍ଡା ଗୋଟେ ଅ ।ର୍ଟିଷ୍ଟ୍ ଟ୍ରଷ୍ଟ କରିବାର ସ୍ୱପ୍ନ ନେଇ ତାଙ୍କ ପାଖରେ ପହନ୍ଚିଲେ । ସେଇ ଅସୁସ୍ଥତା ଭିତରେ ଟ୍ରଷ୍ଟର ରୂପରେଖ ସେ ତିଅ ।ରି କଲେ । ନାଁ ରଖିଲେ ଉତ୍ସ । ପୁଣିଥରେ ସ୍ୱପ୍ନ ଦେଖା ଅ ।ରମ୍ଭ ହେଲା ତାଙ୍କର । ଉତ୍ସ କ’ଣ କରିବ ସବୁ ଗୋଟି ଗାଟି ଡାକିଲେ ସେ । ମୁଁ ଅ ।ଉ ବାପି ସବୁଦିନେ ତାଙ୍କ ପାଖରେ ପହଞ୍ଚଲୁ । ଅଳ୍ପ ସମୟ ପରେ ସେ ଅ ।ଉ କାମ କରିପାରିବିନି । ଅ ।ମେ ବାହାରି ଅ ।ସିବୁ ।
ଉତ୍ସ ରେଜିଷ୍ଟ୍ରେସନ ହେଲା । ଅ ।ମକୁ ଖଣ୍ଡେ ସରକାରୀ ଘର ଭଡ଼ାରେ ମିଳିଲା । ମାତ୍ର ଥରେ ସେ ଘରକୁ ଅ ।ସିଛନ୍ତି । ତା’ପରେ ଗୋଡ଼ ଭାଙ୍ଗିଲା । କଳିଙ୍ଗ ହସ୍ପିଟାଲ୍ରେ ଅପରେସନ୍ ପରେ ପାରାଲିସିସ୍ । ଅ ।ଉ କିଛି କରିପାରିଲେନି ସେ । ପାଖକୁ ଗଲେ ହାତ ଧରି କାନ୍ଦିବ । ଯେମିତି ବହୁତ କିଛି କହିବାର ଅଛି କିନ୍ତୁ କହିପାରୁନାହାଁନ୍ତି ।
ଓଡ଼ିଅ । ଅ ।ର୍ଟିଷ୍ଟମାନଙ୍କର ଦୁର୍ଭାଗ୍ୟ ଯେ ସେ ବହୁତ ଡେରିରେ ଅ ।ମେରିକାରୁ ଅ ।ସିଲେ । ଅ ।ଉ ଖୁବ୍ ଶୀଘ୍ର ଅସୁସ୍ଥ ହୋଇପଡ଼ିଲେ । ବହୁତ କିଛି ଜାଣିବାର ଥିଲା । ବହୁତକିଛି ଶିଖିବାର ଥିଲା । ହେଇପାରିଲାନି ।
ଅନେକ ଦିନ ବିଛଣାରେ ପଡ଼ି ରହିଲେ । ଶେଜ ବେଳକୁ ଅ ।ଉ ଚିହ୍ନି ପାରୁନଥିଲେ ମୋତେ । ଉତ୍ସ ଫାଉଣ୍ଡେସନ୍ରେ ଅ ।ୟୋଜିତ ଶୋକସଭାରେ ତାଙ୍କ ବ୍ୟକ୍ତିତ୍ୱର ଅନେକ ଅଜଣା ଦିଗ ବିଷୟରେ କିଏ କେତେ କହିଲେ । ସେ ଏମିତି ଜ୍ଞାନୀ, ଏତେ ବଡ଼ କବି, ଭଲ ଏଡିଟର ଅ ।ଦି । ହେଲେ ଏତେ ଦିନ ଧରି ଏତେ ଅନ୍ତରଙ୍ଗ ଭାବରେ ତାଙ୍କ ସାଙ୍ଗରେ ମିଶିଲା ପରେ ମୁଁ ଜାଣିଥିଲି ମୋତେ ବିନା କାରଣରେ ଏତେ ଭଲ ପାଉଥିବା ମଣିଷଟେ ଅ ।ଉ ନାହିଁ । କିଛି କି ସମସ୍ୟା ପାଇଁ ଯାହାକୁ ମୁଁ କିଛି ବି ପ•ରିପାରୁଥିଲି । ଭାବୁଥିଲି ସବୁ ସେ ଜାଣନ୍ତି । ସେ ସବ ଜାନତା ଗାଇଡ୍ ପିଲୋସଫର୍ ବିନା ମୋତେ ବାଟ ଚାଲିବାର ଅଛି ।

 

By amfnews

Related Post