Thu. Dec 26th, 2024

ଦେବନୃତ୍ୟମ୍ର ଅଷ୍ଟମ ରୁଦ୍ରଧାରା ଉତ୍ସବ ଅନୁଷ୍ଠିତ

By amfnews Oct 28, 2018 #Featured
173 Views

ରାଉରକେଲା, ୨୮ା୧୦  : ନୃତ୍ୟାନୁଷ୍ଠାନ ‘ଦେବନୃତ୍ୟମ୍’ ଷ୍ଟୁଡିଓ ପକ୍ଷରୁ ସିଭିକ୍ ସେଣ୍ଟର୍ ଠାରେ ଅଷ୍ଟମ ରୁଦ୍ରଧାରା ଓ ସ୍ମୃତି ଶ୍ରଦ୍ଧାଞ୍ଜଳି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି କଳାକାର ଭାବେ ଭାରତନାଟ୍ୟମ୍ ଗୁରୁ ମୁମ୍ବାଇର ଦୀପକ ମଜୁମଦାର ଯୋଗ ଦେଇଥିଲେ । ସେ ଶିଶୁ କୃଷ୍ଣ ଯଶୋଦାଙ୍କ ପାଖରେ ନିଦ୍ରା ଯିବା ପୂର୍ବରୁ ରାମାୟଣର କାହାଣୀ ଶୁଣୁଥିବା କଥନିକାକୁ ଅତିସୁନ୍ଦର ଭାବେ ନୃତ୍ୟାୟନ କରିଥିଲେ ଗୁରୁ ଶ୍ରୀ ମଜୁମଦାର । ଗୁରୁଶ୍ରୀ ଦେବାଶିଷ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ ମେଘନା ମିଶ୍ର ରାଗ ବସନ୍ତ, ତାଳଏକତାଲରେ ବସନ୍ତ ପଲ୍ଲବୀ ପରିବେଷଣ କରିଥିଲେ । ମାଙ୍ଗାଲୋରରୁ ଆସିଥିବା ଶ୍ରବଣ ଉଲ୍ଲାଲ ଓ କିରଣ ଉଲ୍ଲାଲଙ୍କ ଭାରତ ନାଟ୍ୟମ୍ ଓ ଯୁଗଳବନ୍ଦୀ ପରିଷେଣ କରାଯାଇଥିଲା ।

ସେହିପରି ପୁଣେରୁ ଆସିଥିବା ଅତିଥି କଳାକାର ଅମୀରା ପଟନାକର କଥକରେ କୃଷ୍ଣ ବନ୍ଦନା, ତାଳ ରୂପକ, କଜରୀ ଆଦି ପରିବେଷଣ କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଶୃଙ୍ଗାରମଣି ଦେବାଶିଷ ପଟ୍ଟ ନାୟକ ଓ ସାଥୀ କଳାକାର ସରସ୍ୱତୀ ବନ୍ଦନା, ଜଗନ୍ନାଥ ଅଷ୍ଟକମ୍, ବାଦ୍ୟପଲ୍ଲବୀ, ମୋକ୍ଷମ, ସମ୍ବଲପୁରୀ ଆଦି ନୃତ୍ୟରେ ଦର୍ଶକଙ୍କ ମନ ମୋହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡିଜିଏମ୍ ହୀରାଲାଲ ମହାପାତ୍ର, ଜି.ଏସ୍. ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଅତିଥି କଳାକାର ଓ ସାମ୍ବାଦିକ ହିତେନ୍ଦ୍ର ଶାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସଭାପତି ଇଂ ଅଭୟ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ରିଦ୍ଧିମା ଚକ୍ରବର୍ତ୍ତୀ ଓ ଅନୀଲ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସାଂସ୍କୃତିକ ନିର୍ଦ୍ଦେଶିକା ମାନସୀ ଚକ୍ରବର୍ତ୍ତୀ ଓ କୋଷାଧ୍ୟକ୍ଷ ଦିବ୍ୟସିଂ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିବା ବେଳେ ଅବିନାଶ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ ।

By amfnews

Related Post