Thu. Mar 12th, 2026

ଦେଖନ୍ତୁ ଭିଡିଓ: ବେଙ୍ଗାଲୁରୁ ଫୁଟ୍‌ପାଥ୍‌ରେ ଯାଉଥିବା ୭ ଜଣ ଲୋକଙ୍କ ଉପରେ କାର୍‌ ଚଢ଼ାଇ ଦେଉଛନ୍ତି ମଦ୍ୟପ ଡ୍ରାଇଭର୍‌

243 Views

ବେଙ୍ଗାଲୁରୁ  :  ରବିବାର ଦିନ ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇବାରୁ ଗୋଟାଏ କାର୍‌ ଏଚ୍‌ଏସ୍‌ଆର୍‌ ଲେଆଉଟ୍‌ ଅଞ୍ଚଳର ଫୁଟ୍‌ପାଥ୍‌ ଉପରକୁ ମାଡ଼ିଯିବାରୁ ସାତ ଜଣ ଲୋକ ଆହତ ହୋଇଛନ୍ତି।

ସିସିଟିଭି କ୍ୟାମେରା ଫୁଟେଜ୍‌ରେ ଉତ୍ତୋଳିତ ଦୃଶ୍ୟରେ ଦେଖାଯାଉଛି ଦ୍ରୁତ ବେଗରେ କାର୍‌ଟି ପଥଚାରୀଙ୍କ ଉପରେ ମାଡ଼ି ଯାଉଛି। ପରେ ପରେ ପ୍ରତ୍ୟକ୍ଷଦର୍ଶୀମାନେ ଆହତମାନଙ୍କୁ ସାହାଯ୍ୟ କରିବାକୁ କାର୍‌ ଆଡ଼କୁ ଧାଇଁ ଯାଉଛନ୍ତି।

Bengaluru: A drunk person drove his car over pedestrians on a footpath at HSR Layout locality. The driver was taken into police custody & injured were admitted to hospital. Case registered.

ଗାଡ଼ିର ଚାଳକ ହେଉଛନ୍ତି ଗୋଟାଏ ଟ୍ରଭେଲ୍‌ ଏଜେନ୍‌ସିଜ୍‌ରେ କାମ କରୁଥିବା ରାଜେନ୍ଦ୍ର। ସେ ନିଶାଗ୍ରସ୍ତ ଥିଲେ ବୋଲି କୁହାଯାଉଛି। ନିୟନ୍ତ୍ରଣ ହରାଇବାରୁ ସେ ଖାଇବା ଦୋକାନ ବାହାରେ ଥିବା ଲୋକମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ବୋଲି ପୁଲିସ କହିଛି। ତାଙ୍କୁ ପୁଲିସ ହାଜତକୁ ନେଇଛି।

By amfnews

Related Post