Tue. Nov 26th, 2024

ଦୁଷ୍କର୍ମ ମାମଲାରେ ରେଳ ରାଜମନ୍ତ୍ରୀ ଗୋହେନଙ୍କ ସମନ, ସିଜିଏମଙ୍କ ଆଗରେ ହେବେ ହାଜିର

By amfnews Dec 27, 2018 #Featured
140 Views

ନୂଆଦିଲ୍ଲୀ, ଡିସେମ୍ବର ୨୭ : ଦୁର୍ଷ୍କମ ମାମଲାରେ ରେଳ ରାଜମନ୍ତ୍ରୀ ରାଜେନ ଗୋହେନଙ୍କୁ ଆସାମର ନଗାଓଁ ଜିଲ୍ଲାର ଏକ ଅଦାଲତ ସମନ ଜାରୀ କରିଛନ୍ତି । ସମନ ମୁତାବିକ ଗୋହନଙ୍କୁ ୮ ଜାନୁଆରୀ  ୨୦୧୯ ପୂର୍ବରୁ ସିଜିଏମଙ୍କ ସାମନାରେ ହାଜିର ହେବାକୁ ପଡିବ । ବୁଧବାର ସାର୍ବଜନିକ ହୋଇଥିବା ସମନ ନଭେମ୍ବର ୨୮ରେ ଜାରୀ କରାଯାଇଥିଲା ।

ଚଳିତ ବର୍ଷ ଅଗଷ୍ଟରେ ନଗାଓଁ ଜିଲ୍ଲାରେ ଗୋହେନଙ୍କ ବିରୁଦ୍ଧରେ ଏକ ୨୪ ବର୍ଷିର‌୍ୟା ମହିଳାଙ୍କ ସହିତ ଦୁଷ୍କର୍ମ ଓ ଜୀବନରୁ ମାରବା ଧମକ ଦେବା ମାମଲାରେ ଭିନ୍ନ ଭିନ୍ନ ଧାରା ଆଧାରରେ ମାମଲା ରୁଜୁ କରାଯାଇଥିଲ । ଏହି ମାମଲାରେ ଗୋହେନ କରିଥିଲେ କି, ସମନ ବିଷୟରେ ଶୁଣିଛନ୍ତି କିନ୍ତୁ ତାଙ୍କୁ ବର୍ତମାନ ପର୍ଯ୍ୟନ୍ତ ଏହା ମିଳିନାହିଁ । ଏହା ଏକ ମିଛ ମାମଲା ଅଟେ ଓ ତାଙ୍କୁ ରାଜନୈତିକ କାରଣରୁ ଫସାଯାଉଛି ।

ସେ ଦାବି କରିଛନ୍ତି କି, ପୀଡିତା ନିଜେ କୋର୍ଟକୁ ଯାଇ ଏହି ମାମଲାରେ ଫେରାଇ ନେବାକୁ ଆବେଦନ କରିଥିଲା କିନ୍ତୁ କୋର୍ଟ ଏହାକୁ ଖାରଜ କରିଦେଇଥିଲା । ଗୋହେନ ୧୯୯୯ ନଗାଓଁ ଲୋକସଭା ଆସନକୁ ପ୍ରତିନିଧିତ୍ୱ କରୁଛନ୍ତି ।

By amfnews

Related Post